କଟକରେ ଆରମ୍ଭ ହୋଇଛି ୩ୟ ବର୍ଷ ବାରବାଟି ଶିଶିର ମେଳା , ବଢୁଛି ଲୋକଙ୍କ ଗହଳି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକରେ ଆରମ୍ଭ ହୋଇଛି ୩ୟ ବର୍ଷ ବାରବାଟି ଶିଶିର ମେଳା , ବଢୁଛି ଲୋକଙ୍କ ଗହଳି ! ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୫ ତାରିଖରେ ଶେଷ ହେବ । ଶିଶିର ମେଳା ରେ ଲୋକ ମାନଙ୍କ ସମାଗମ ଲାଗିବା ଆରମ୍ଭ ହୋଇଗଲାଣି । ନୂଆ ନୂଆ ବହୁ ପ୍ରକାର ଜିନିଷ ଆସୁଛି ଶିଶିର ମେଳା କୁ , ଏଥର ପୁରୀ ମଟର ସୁପ୍ ଖାଇବା ପାଇଁ ଅଧିକ ଭିଡ଼ ଦେଖିବାକୁ ମିଳୁଛି । କନ୍ଧମାଳ ଷ୍ଟଲ ରେ ସମସ୍ତ ପ୍ରକାର କନ୍ଧମାଳ ରେ ଉତ୍ପାଦିତ ସାମଗ୍ରୀ ମିଳିବା ସହ ଗଞ୍ଜାମ, ବ୍ରହ୍ମପୁର, ରାଜସ୍ଥାନୀ ବିଭିନ୍ନ ସ୍ଥାନରୁ ବହୁ ଖାଦ୍ୟ ସହ ଘରକରଣା ଜିନିଷ ଆସିଛି ! ପିଲାମାନଙ୍କ ପାଇଁ ଛୋଟ ଦୋଳି ଠୁ ବଡ଼ ଦୋଳି ମଧ୍ୟ ଆସିଛି । ସାଂସ୍କୃତିକ ସନ୍ଧ୍ୟା ରେ ପ୍ରତ୍ୟେକ ଦିନ ପ୍ରବଳ ଜନ ସମାଗମ ହେଉଛି !

Leave a Reply

Your email address will not be published. Required fields are marked *