ବାଲୁଗାଁ ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଙ୍ଗ କର୍ମଶାଳା !!!

0
47
Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ କ୍ୟାରିଅର କାଉନସେଲିଙ୍ଗ ସେଲ ପକ୍ଷରୁ ମହାବିଦ୍ୟାଳୟର ତୃତୀୟ ବର୍ଷ ସ୍ନାତକ ଶିକ୍ଷାର୍ଥୀଙ୍କ ନିମିତ୍ତ ଏକ କ୍ୟାରିଅର କାଉନସେଲିଙ୍ଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ ଭୁବନେଶ୍ୱରସ୍ଥିତ ଉନାଇଟେଡ଼ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟର ବରିଷ୍ଠ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ନାୟକ ଓ ଡକ୍ଟର ସମୀର ପାତ୍ର ଯୋଗଦେଇ “ସାମ୍ପ୍ରତିକ ସମୟରେ ନିଯୁକ୍ତିଗତ ଦକ୍ଷତା ହାସଲ ” ଶୀର୍ଷକ ପ୍ରସଙ୍ଗରେ ଛାତ୍ର ଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କର ଦୃଷ୍ଟିଭଙ୍ଗୀ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଆଲୋଚନା ମାଧ୍ୟମରେ ବିଶେଷଜ୍ଞମାନେ ଦୃଶ୍ୟ ଶ୍ରାବ୍ୟ ପଦ୍ଧତିରେ ଶିକ୍ଷାର୍ଥୀମାନଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ବୌଦ୍ଧିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରି କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଚାଳନ କରିଥିଲେ l ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଶ୍ରୀଚନ୍ଦନ, କ୍ୟାରିଅର କାଉନସେଲିଙ୍ଗ ସେଲର ଉପଦେଷ୍ଟା ଅଧ୍ୟାପକ ପ୍ରବୀଣ କୁମାର ଜେନା,ଅଧ୍ୟାପିକା କ୍ରିଷ୍ଣା ସେଠୀ, ଅଧ୍ୟାପକ ପତିତପାବନ ପଣ୍ଡା, ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି ଓ ଅଧ୍ୟାପିକା ଶୁଚିସ୍ମିତା ମହାପାତ୍ର ପରିଚାଳନା କରିଥିଲେ l

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here