ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତର ଗୁଡ଼ୁମ ଗ୍ରାମର ଗଜପତି ବୀରକିଶୋର ଦେବ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବେଶ ଧୂମଧାମରେ ପାଳିତ ହୋଇଯାଇଛି l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କମଳା କୁମାରୀ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବେଗୁନିଆର ବରିଷ୍ଠ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭାସ୍କର ଲେଙ୍କା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ସ୍ଥାନୀୟ ସରପଞ୍ଚ ଦେବାଶିଷ ବେହେରା, ସମାଜସେବୀ ସୁଶାନ୍ତ ମହାପାତ୍ର, ରାମପ୍ରସାଦ ସାହୁ, ରୋଜାଲିନ ବରାଳ, ସରୋଜ କୁମାର ବେହେରା, ସ୍ନେହଲତା ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ଅତିଥି ମାନଙ୍କର ମହତ ଉପଦେଶ ଯେପରିକି ଶିକ୍ଷା ବିନା ଜୀବନ ମୂଲ୍ୟହୀନ I ଅଭିଭାବକ ମାନଙ୍କର ନିଜ ସନ୍ତାନ ମାନେ ହେଉଛନ୍ତି ଅସଲ ସମ୍ପତି ଓ ପିଲା ମାନଙ୍କର ଚଳନ୍ତି ଠାକୁର ହେଉଛନ୍ତି ପିତାମାତା I ଯାହାକୁ ପିଲାମାନେ ଧ୍ୟାନର ସହ ଶୁଣିଥିଲେ l ଏହାପରେ ପୂର୍ବରୁ ହୋଇଥିବା ଖେଳକୁଦ, ନାଚଗୀତ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିବା ପରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଅଞ୍ଚଳବାସୀଙ୍କୁ ବେଶ ଆକୃଷ୍ଟ କରିଥିଲା l ପରିଶେଷରେ ଶିକ୍ଷୟତ୍ରୀ ସସ୍ମିତା ହୋତା ଧନ୍ୟବାଦ ଅର୍ପଣ କରିଥିଲେ l
ଗଜପତି ବୀରକିଶୋର ଦେବ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ !!!

