କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଗୋ – ଗୀତା – ଗଙ୍ଗା – ଗାୟତ୍ରୀ ଆଜି ଅବହେଳିତ। ଗୋମାତାଙ୍କୁ ନେଇ ଜୀବଜଗତ ଓ ସୃଷ୍ଟି.. ଗୋମାତାଙ୍କ ବିନାଶରେ ବିଶ୍ୱର ବିନାଶ.. କିଛି ଏଭଳି ବାର୍ତ୍ତା ନେଇ ଗୋ ସୁରକ୍ଷା ବାହିନୀ ପକ୍ଷରୁ ଜୟ ଗୋମାତା ଭବନର ଶୁଭାରମ୍ଭ ହୋଇଛି। ଯାହାର ମୂଳ ଲକ୍ଷ୍ୟ ଗୋ ସୁରକ୍ଷା ଏବଂ ଗୋମାତାଙ୍କ ଉଦ୍ଧାର । ଜୀବଜଗତ ପ୍ରତି ଗୋମାତାଙ୍କ ଅବଦାନ ଓ ଗୋମାତାଙ୍କ ଗାଥା କିପରି ଘରେ ଘରେ ପହଞ୍ଚିବ ଜୟ ଗୋମାତା ଭବନର ମୁଖ୍ୟ ଉଦ୍ଦେଶ୍ୟ । କାରଣ ମଣିଷ ଜନ୍ମ ଠାରୁ ଶେଷ ନିଶ୍ୱାସ ଯାଏଁ ଅନେକ କ୍ଷେତ୍ରରେ ଆମେ ଗୋମାତାଙ୍କ ଉପରେ ନିର୍ଭରଶୀଳ। ଏହା ବ୍ୟତୀତ ସ୍ୱତନ୍ତ୍ର ଆଇନ ଥାଇ ମଧ୍ୟ ବର୍ତ୍ତମାନ ଯେଉଁଭଳି ଭାବେ ଗୋହତ୍ୟା ହେଉଛି ତାହା ମାନବ ସମାଜ ପାଇଁ ବିପଦ ସଂକେତ। ଏହି ପରିପ୍ରେକ୍ଷୀରେ ଗୋ, ଗୀତା, ଗଙ୍ଗା, ଗାୟତ୍ରୀ ସବୁ କ୍ଷେତ୍ରରେ ଆଜି ଅବହେଳିତ ଓ ନିଷ୍ପେସିତ। ଗୋସେବାକୁ ଜୀବନର ପାଥେୟ କରି ଜୟ ଗୋମାତା ଭବନର ପ୍ରତିଷ୍ଠା ହୋଇଛି।
ଗୋ – ଗୀତା – ଗଙ୍ଗା – ଗାୟତ୍ରୀ ଆଜି ଅବହେଳିତ !!!

