ମାଳ ମାଳ ବେଆଇନ ଇଟାଭାଟି : ପରିବେଶ ପ୍ରଦ୍ୟୁଷଣ ସହ ତାପମାତ୍ରା ବୃଦ୍ଧି !!!

0
78
Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ତହସିଲ ଅଞ୍ଚଳର ବିଭିନ୍ନ ରାଜସ୍ୱ ଗ୍ରାମରେ ମାତିଛନ୍ତି ଇଟା ମାଫିଆ । ଲୁଟୁଛନ୍ତି ଶତାଧିକ ଏକର ଗୋଚର, ଅନାବାଦି ଜମି, ନଦୀ ପଠା ଓ ରାଜସ୍ୱ ଜମି । କୁମାରାଙ୍ଗ, ବିଷ୍ଟୁଡ଼ିହ, ଗାଲୁଆ, ନରେନ୍ଦ୍ରପୁର, ନନ୍ଦପୁର ପଞ୍ଚାୟତ ସମେତ ଗମ୍ଭାରୀମୁଣ୍ଡା ପଞ୍ଚାୟତର କରଡାପଲ୍ଳୀ, ଗୋଡିଝର, ହଜ, କାଲୁଣିବାରି, ମତ ପୋଖରା ରୋଡରେ ମାଳ ମାଳ ବେଆଇନ ଇଟା ଭାଟି ଗଢି ଉଠିଛି । ତେବେ ପ୍ରଶାସନର କାର୍ଯ୍ୟାନୃଷ୍ଠାନ ହେଉଥିଲେ ମଧ୍ୟ ପୂନର୍ବାର ମାଲିକମାନେ ଇଟା ଭାଟି ନିର୍ମାଣ କରୁଥିବାରୁ ପ୍ରଶାସନର କାର୍ଯ୍ୟାନୃଷ୍ଠାନ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଉଛି । ଇଟା ଭାଟି ଦ୍ୱାରା ପରିବେଶ ପ୍ରଦ୍ୟୁଷଣ ହେବା ସହ ତାପ ମାତ୍ରା ବୃଦ୍ଧି ପାଇବା ପରିବେଶ ସନ୍ତୁଳନ ବିଗିଡିବାରେ ଲାଗିଛି । ଇଟା ଭାଟିର ଧୂଆଁରେ ଗ୍ରାମବାସୀ ଅଣ ନିଶ୍ୱାସୀ ହୋଇ ପଡୁଥିବା ବେଳେ ବିଭିନ୍ନ ଶ୍ୱାସ ଏବଂ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସଂପ୍ରତି ମାଘ ମାସ ନସରୁଣୁ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ପ୍ରଶାସନ ଦୃଢ କାର୍ଯ୍ୟାନୃଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କେବଳ କିଛି ଟଙ୍କାର ଜରିମାନା ଆଦାୟ କରି ଚୁପ ରହି ଯାଉଥିବାରୁ ଏହା ଇଟା ଭାଟି ମାଲିକମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ସରକାର ପରିବେଶ ପ୍ରଦ୍ୟୁଷଣ ରୋକିବା ପାଇଁ ବିଭିନ୍ନ ଆଇନକୁ କଡ଼ାକଡ଼ି କରୁଥ୍‌ôବା ବେଳେ ଅନ୍ୟ ପଟେ ଇଟା ଭାଟି ଗୁଡିକ ପ୍ରଦ୍ୟୁଷଣ ବଢାଇବାରେ ଲାଗିଛନ୍ତି । ସରକାରୀ ନିୟମ ମୁତାବକ ଇଟା ପୋଡ଼ିବା ପାଇଁ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ଼ର ଅନୁମତି ସହ ସ୍ଥାନୀୟ ତହସିଲଦାର ଏବଂ ରାଜସ୍ୱ ନୀରିକ୍ଷକଙ୍କ ଅନୁମତି ନିହାତି ଜରୁରୀ । ମାତ୍ର କୈାଣସି ଇଟା ଭାଟିରେ ଅନୁମତି ନଥିବା ବେଳେ ଇଟା ଭାଟି ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୃଷ୍ଠାନ ଗ୍ରହଣ କରିବା ପରିର୍ତ୍ତେ ପ୍ରଶାସନ କେବଳ କିଛି ଜରିମାନା ଆଦାୟ କରୁଥିବାରୁ ବ୍ୟାପକ ରାଜସ୍ୱ ହରିଲୁଟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଅଛି । ଅନ୍ୟ ପକ୍ଷରେ ଭାଟିରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ମଧ୍ୟ କୈାଣସି ନିର୍ଦ୍ଦେଶନାମା ନଥିବାରୁ ଅସ୍ୱାସ୍ଥ୍ୟକର ପରିବେଶରେ ସେମାନେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ବାଣପୁର ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ରା ୩୦ଡିଗ୍ରୀକୁ ବୃଦ୍ଧି ପାଇଥିବା ବେଳେ ଚୈତ୍ର ଓ ବୈଶାଖରେ ତାପମାତ୍ରା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଇଟା ଭାଟି ଯୋଗୁ ତାପମାତ୍ରା ଅହେତୁକ ବୃଦ୍ଧି ପାଇବ ବୋଲି ପରିବେଶବିତ ମାନେ ସନ୍ଦେହ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ଓ ଇଟା ଭାଟି ମାଲିକମାନେ ଏଥିପ୍ରତି ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି କହିଛନ୍ତି । ତୁରନ୍ତ ଇଟାଭାଟି ଗୁଡିକ ଉପରେ ପ୍ରଶାସନ ତରଫରୁ ଚଢାଉ କରାଯାଇ ଦୃଢ କାର୍ଯ୍ୟାନୃଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ପି. ପଦ୍ମନାଭ ଦୋରା ପ୍ରତିଶ୍ରୁତି ଦେଇଛନ୍ତି ।

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here