ସଖୀ ୱାନ ଷ୍ଟପ ସେଣ୍ଟର ଏବଂ ପିସିଆଇ ଇଣ୍ଡିଆ ମିଳିତ ଆନୁକୁଲ୍ଯରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ISRD ସଖୀ ୱାନ ଷ୍ଟପ ସେଣ୍ଟର, ଗଜପତି ଓ PCI ଇଣ୍ଡିଆ ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ବିଜୁ କଲ୍ୟାଣ ମଣ୍ଡପ, ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିଥିଲେ |ଏହି କାର୍ଯକ୍ରମର ପ୍ରାରମ୍ଭରେ ସଖୀ ୱାନ ଷ୍ଟପ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ District Coordinator cum Counsellor OLM (swayam Project ) ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଏହି ଦିବସର ଲକ୍ଷ ଓ ଉଦେଶ୍ୟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ | ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ଏବଂ ମହିଳା ସଶକ୍ତି କରଣ ବିଷୟରେ ଆଲୋକପାତ କରାଇଥିଲେ | ସମ୍ମାନୀତ ଅତିଥି ଭାବେ ପୌର ପରିଷଦର ଅଧ୍ୟାକ୍ଷ୍ୟା ଶ୍ରୀମତୀ ନିର୍ମଳା ସେଠୀ,କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ମମତା ଶତପଥି, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର, ଜିଲ୍ଲା ସଂସ୍କୃତି ବିଭାଗର ଅଧିକାରୀ ସୁଶ୍ରୀ ଅର୍ଚନା ପଟ୍ଟନାୟକ, ଓଡିଶା ଜୀବୀକା ମିସନ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଟିମନ ବାରା ଆଦି ଉପସ୍ଥିତ ରହି ପ୍ରତିବର୍ଷ ମାର୍ଚ୍ଚ 8 ତାରିଖରେ ପାଳିତ ହେଉଥିବା ଅନ୍ତର୍ଜାତୀୟ ମହିଳା ଦିବସ, ମହିଳାମାନଙ୍କ ସଫଳତାକୁ ପାଳନ କରେ ଏବଂ ଲିଙ୍ଗଗତ ସମାନତାର ସମର୍ଥନ କରେ। 2025 ଥିମ୍, “ସମସ୍ତ ମହିଳା ଏବଂ ବାଳିକାମାନଙ୍କ ପାଇଁ: ଅଧିକାର। ସମାନତା। ସଶକ୍ତିକରଣ,” ସମସ୍ତ ମହିଳା ଏବଂ ବାଳିକାମାନଙ୍କ ପାଇଁ ସମାନ ସୁଯୋଗ, ଅଧିକାର ଏବଂ ଶକ୍ତି ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଉଜ୍ଜ୍ୱଳ କରିବା ବିଷୟରେ ଆଲୋକପାତ କରିବା ସହ ଏହି ଦିବସର ଲକ୍ଷ, ଉଦେଶ୍ୟ ବିଷୟରେ ଆଲୋକପାତ କରାଇବା ସହ ଏହି ଦିବସର ବାର୍ତା Accelerate Action”କାର୍ଯକ୍ଷ୍ଯେତ୍ରରେ ତୀବ୍ରତା ବିଷୟରେ ଆଲୋକପାତ କରାଇଥିଲେ | ଜିଲ୍ଲା ରେ ନିଜର କର୍ମକ୍ଷେତ୍ରରେ ମହିଳା ମାନଙ୍କ ଅଧିକାର ପାଇଁ ଉଲ୍ଲେଖନୀୟ ଅବଦାନ ରହିଥିବା ମହିଳା ମାନଙ୍କୁ Gender Champion ଭାବରେ ସମ୍ମାନିତ କରାଯାଇଥିଲା | ଏହି ଦିବସ ପାଳନ ଅବସରରେ ମହିଳା ମାନଙ୍କୁ ଶସକ୍ତ ଓ ସଚେତନ ଓ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରମର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା ସୁପେରଭାଇଜର, ଅଙ୍ଗନବାଡି କର୍ମୀ , SHG ମହିଳା,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଶକ୍ତିସଦାନର କର୍ମକର୍ତା, child Helpline ର କର୍ମଚାରୀ,DCPU unit ର କର୍ମଚାରୀ, Actionaid ର District Coordinator, ପ୍ରମୁଖ ଏହି କାର୍ଯକ୍ରମରେ ଯୋଗ ଦେବାସହ ପରିଚାଳନା କରିବାରେ ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ISRD ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା, ମୋହିନୀ ପ୍ରଧାନ,ମଧୁସ୍ମିତା ପାଢୀ, ନାଗେଶ୍ଵର ଚୌଧୁରୀ, ମୋନାଲିସା ବେହେରା, ଟି ସୁରେଶ କୁମାର, N ଉଷା,ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ISRD ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

Leave a Reply

Your email address will not be published. Required fields are marked *