ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶିଳ୍ପ ତାଲିମ ଅନୁଷ୍ଠାନ, ଟାଟା ଷ୍ଟ୍ରାଇଭ ଏବଂ ମିଶନ ରକ୍ତଦାନ ମିଳିତ ଆନୁକୁଲ୍ୟରେ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଶିଳ୍ପ ତାଲିମ ଅନୁଷ୍ଠାନ ର ସହ ଅଧ୍ୟକ୍ଷା ଶ୍ରୀମତୀ ଆଦିତି ମହାପାତ୍ର ଉଦ୍ଘାଟନ କରିଥିଲେ। ଟ୍ରେନିଂ ଅଫିସର ସୁବ୍ରତ କୁମାର ସ୍ୱାଇଁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରାଜଧାନୀ ଡାକ୍ତରଖାନା ରକ୍ତ ଭଣ୍ଡାର ଅଧିକାରୀ ଡ ଦେବାଶିଷ ମିଶ୍ର ଙ୍କ ତତ୍ତ୍ଵାବଧାନରେ ରକ୍ତ ଭଣ୍ଡାର ଟିମ୍ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରକୁ ଟାଟା ଷ୍ଟ୍ରାଇଭ ଏବଂ ମିଶନ ରକ୍ତଦାନ ର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରକ୍ତଦାନ ଶିବିର !!!

