ମୃଦୁ ପାନୀୟ ଯୁଗରେ ତଥାପି ରହିଛି ପଇଡ ଚାହିଦା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦିନକୁ ଦିନ ଖରାର ପ୍ରଭାବ ବଢି ଚାଲିଛି।ଖରା ଯେତେ ବୃଦ୍ଧି ପାଉଛି।ରାସ୍ତା କଡରେ ଥିବା ଥଣ୍ଡା ପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଖରା ଦାଉରୁ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ଅନେକଙ୍କ ପାଇଁ ସାଜିଛି ଅମୃତ ସଦୃଶ।ମୃଦୁ ପାନୀୟ ମଧ୍ୟରେ ପଇଡର ଚାହିଦା ଅଧିକ ଥିବା ବେଳେ ଦେଶୀ ତାଜା ପଇଡ଼ ପିଇବାକୁ ଲୋକଙ୍କର ବେଶ ଆଗ୍ରହ ରହିଛି।ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ପଇଡ଼ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି।ପଡୋଶୀ ଆନ୍ଧ୍ରପ୍ରଦେଶ ଓ ବିଭିନ୍ନ ଆଖପାଖ ଗ୍ରାମରୁ ପଇଡ଼ ଆଣି ପଇଡ଼ ବିକ୍ରି କରୁଛନ୍ତି।ପାଣି ପଇଡ଼ ,ଅଳ୍ପ ନାଳୀ ପଇଡ଼ ମୋଟା ନାଳୀ ପଇଡ଼ ଦାମ ଭିନ୍ନ ଭିନ୍ନ ରହିଛି।ସମସ୍ତେ ପଇଡ଼ ପିଇବାକୁ ଭଲ ପାଉଛନ୍ତି।ରୋଗୀମାନଙ୍କ ପାଇଁ ପଇଡ଼ ପାଣି ସର୍ଵସୌଧି ପାଲଟିଛି।ପଇଡ଼ ପାଣିରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ରହିଥିବାରୁ ଏହା ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ବେଶ ଉପକାରୀତା।ଖରାଦିନେ ପଇଡ଼ ପାଣି ଦେହର ଜଳୀୟ ଅଂଶ ଦୂର କରିଥାଏ।ପଇଡ଼ ପାଣିରେ ପଟାସିୟମ ଥିବାରୁ ଏହା ମସ୍ତିଷ୍କ ଓ ସ୍ନାୟୁକୁ ସତେଜ ରଖେ।ଆଣ୍ଟିଅସ୍କ୍ରୀଡ଼ାଣ୍ଟ ଅଧିକ ରହିଛି ଯାହା ଶରୀରର ରକ୍ତ ସଞ୍ଚାଳନକୁ ଠିକ ରଖିଥାଏ।ପଇଡ଼ରେ ବିଭିନ୍ନ ପ୍ରକାରର ପୋଷାକ ତତ୍ତ୍ୱ ରହିଛି ପଇଡ଼ ପିଇଲେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ ।

Leave a Reply

Your email address will not be published. Required fields are marked *