ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପକ୍ଷରୁ ପୋଲିସ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ସୁକିନ୍ଦା ସ୍ଥିତ ଥାର୍ଡ୍ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ଯବାନ ମାନଙ୍କ ପକ୍ଷରୁ ପ୍ୟାରେଡ଼ କରାଯାଇଛି । ଥାର୍ଡ଼ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଦୂର୍ଗପତି ୟାକୁବ ଖାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଉନ୍ନତ ପ୍ରଦର୍ଶନ କରିଥିବା ଯବାନ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କୃତ ଯବାନ ମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ନାୟକ, ରଞ୍ଜନ କୁମାର ଦାସ, ଅରବିନ୍ଦ ସାହୁ, ବୁଦ୍ଧିରାମ ସିଂ, ସୁନୀଲ କୁମାର ଆଇଚ, ରବୀନ୍ଦ୍ର ମାଝୀ, କୈଳାସ ନାଗ, କାଳନ୍ଦୀ ବେହୁରା ଅନ୍ୟତମ । ଏହି କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡାଣ୍ଟ ଏସ ଦଣ୍ଡସେନା ଓ ବିଜେପି ନେତା ରମଣୀରଞ୍ଜନ ବଳସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *