କଳାପଥର ସେବା ସମବାୟ ସମିତି ପାଲଟିଛି ଦୁର୍ନୀତିର ଗନ୍ତାଘର !!!

Spread the love

କଳାପଥର ( ଆୱାଜ ମିଡିଆ) – ପ୍ରଶାନ୍ତ କୁମାର କର : କଟକ ଜିଲ୍ଲା ବାଙ୍କୀ ବ୍ଲକ କଳାପଥର ରେ ଥିବା ସେବା ସମବାୟ ସମିତି ପାଲଟିଛି ଦୁର୍ନୀତିର ଗନ୍ତାଘର ! ସେବା ସମବାୟ ସମିତିର ସମ୍ପାଦକ ମିର୍ଜା ଅନୱର ଅଲ୍ଲିବେଗ ଙ୍କ ମନମୁଖୀ କାରବାର କୁ ନେଇ ବଢୁଛି ଅସନ୍ତୋଷ ! ପୈତୃକ ସଂପତ୍ତି ଭାବି ମନମାନି ଚଳାଇଛନ୍ତି ସମ୍ପାଦକ । ସୂଚନା ଥାଉକି ସେବା ସମବାୟ ସମିତିର ବୋର୍ଡ ମେମ୍ବର ଯାହାକି ନିର୍ବାଚିତ ପ୍ରତିନିଧି ସ୍ଥାୟୀ ଚାକିରୀ ମାନ୍ୟତା ପାଇଛନ୍ତି , ନିରୀହ ତଥା ଅଶିକ୍ଷିତ ଚାଷୀଙ୍କ ଦସ୍ତଖତକୁ ଜାଲିଆତି କରି ଚାଷୀଙ୍କ ଋଣ ଅର୍ଥ ରାଶିକୁ ନିଜସ୍ୱ ସଞ୍ଚୟ ଜମାକୁ ନେଇ ଯାଉଛନ୍ତି ! ଏମିତି ବହୁତ କିଛି ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ଏଠାରେ ଘଟୁଛି ! ଏଥି ସହିତ ଋଣ ଦେବା, ସାର ବିହନ ଦେବା, ଧାନମଣ୍ଡିରେ ଧାନ ଦେବା ପାତର ଅନ୍ତର ନୀତିରେ ସମବାୟ ସମିତିର କାର୍ଯ୍ୟାଳୟକୁ ଚଳାଇଛନ୍ତି ସମବାୟ ସମିତିର ସଂପାଦକ । ଆଜକୁ ପ୍ରାୟ ଆଠ ବର୍ଷ ହେଲା ସମିତିର ଅଡିଟ ନହେବା ସମିତିର ସଂପାଦକଙ୍କ ନାମରେ ରିକଭରି ଟଙ୍କା ନଅ ଲକ୍ଷ ତିରିଶ ହଜାର ନଅ ଶହ ସତତିରିଶି ( ୯,୩୦,୯୩୭ ) ଥିବା ସତ୍ତ୍ୱେ ଯେଉଁ ଆଧାରରେ କଳାପଥର ସେବା ସମବାୟ ସମିତିକୁ ମଡେଲ ସମବାୟ ସମିତିର ମାନ୍ୟତା ପ୍ରଦାନ କରାଯାଇଛି । ସମ୍ପାଦକ ପ୍ରଥମେ କଳାପଥର ସେବା ସମବାୟ ସମିତିରେ କେଉଁ ପଦବୀରେ ନିଯୁକ୍ତି ପାଇଲେ ଓ ପୁନର୍ବାର କେତେ ବର୍ଷ ବ୍ୟବଧାନରେ ସମ୍ପାଦକ ରୂପେ ନିଯୁକ୍ତି ପାଇଲେ ଏବଂ ସମ୍ପାଦକ ନିଯୁକ୍ତି ପାଇବା ଦିନଠାରୁ ସମିତିରେ ନିଜସ୍ୱ ସଞ୍ଚୟ ଜମାଖାତା ଖୋଲି ଚାଷୀଙ୍କର ବହୁ ଦିନରୁ ଥିବା ଅର୍ଥରାଶିକୁ କୌଶଳ କ୍ରମେ ହଡ଼ପ କରି ନିଜ ନାମରେ ଜମା ରଖିଛନ୍ତି । କେବେ ହେଉଛି ତଦନ୍ତ ଓ ସଂପୃକ୍ତ ସମବାୟ ସମିତିର ସଂପାଦକଙ୍କ ବିରୁଦ୍ଧରେ କେବେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *