ହିନ୍ଦୋଳ ହରିହାଟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହରିହାଟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ପ୍ରଭାସ କୁମାର ବେହୁରାଙ୍କ ଅଧ୍ୟକ୍ଷତାରେ ହିନ୍ଦୋଳ ଉପଖଣ୍ଡର ହରିହାଟ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହରିହାଟ ମହୋତ୍ସବ ଟି କେମିତି ଭଲରେ ହେବ ଏବଂ ପ୍ରଶାସନ ର ସାହାଯ୍ୟ ସହଯୋଗ କିପରି ରହିବ l ମହୋତ୍ସବ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ସେଥିପାଇଁ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଙ୍କ ଉଦ୍ୟମ କ୍ରମେ ଟାଟା ଷ୍ଟିଲ କମ୍ପାନୀ ଓ ରୁଙ୍ଗୁଟା ମାଇନସ୍ ର କର୍ତ୍ତୃପକ୍ଷ ଓ ବିଭିନ୍ନ ବିଭାଗର ଅଧିକାରୀ ମାନ ଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ l ଏହି ବୈଠକରେ ତହସିଲଦାର ଦିଲ୍ଲୀପ କୁମାର ସେଠୀ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ , ଉପଖଣ୍ଡ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, NAC ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା, NAC ଅଧକ୍ଷ କେଶବ ପ୍ରଧାନ, ଥାନା ଅଧିକାରୀଣି ଚାରୁଲତା ବେହେରା, PHD ସହକାରୀ ଯନ୍ତ୍ରୀ ଭଗବାନ ନାଏକ , ପୂର୍ତ୍ତ ଓ ଗୃହ ରାସ୍ତା ନିର୍ମାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀପ୍ତି ମୋହନ ମଲ୍ଲିକ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ! ବୈଠକରେ ବଜାର ସଭାପତି, ମାନ୍ୟଗଣ୍ୟ ବ୍ୟକ୍ତି , ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ ସୂଚନା ଲୋକ ସମ୍ପର୍କ ବିଭାଗର ଅଧିକାରୀ ବିଶ୍ୱଜିତ୍ ରାଉତ ଙ୍କୁ ଖର୍ଚ୍ଚ ତଦାରଖ ସହିତ ଅର୍ଥ ରଖିବା ପାଇଁ ଉପଜିଲ୍ଲାପାଳ ଦାୟିତ୍ଵ ପ୍ରଦାନ କରିଥିଲେ !

Leave a Reply

Your email address will not be published. Required fields are marked *