ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ବିଶ୍ୱ ହିନ୍ଦୁ ପରିଷଦ ନୟାଗଡ଼ ଜିଲ୍ଲାର ଆହ୍ବାନ କ୍ରମେ ପାଖା ପାଖି 300 ରୁ ଅଧିକ କାର୍ଯ୍ୟକର୍ତ୍ତା ଏକାଠି ହୋଇ ପଶ୍ଚିମବଙ୍ଗ ର ମୁଶିଦାବାଦରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ର ଦୃଢ଼ ପ୍ରତିବାଦ କରିବା ସହିତ ପଶ୍ଚିମବଙ୍ଗ ରେ ଶୀଘ୍ର ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବୀ କରିଛନ୍ତି ! ଦୋଷୀ ମାନଙ୍କୁ ଚିହ୍ନଟ କରି ଶୀଘ୍ର ଦଣ୍ଡ ବିଧାନ କରିବା ଉଦ୍ଦେଶ୍ୟ ରେ ଏକ ଶୋଭାଯାତ୍ରା ଖଣ୍ଡପଡ଼ା ଛକ ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ଜିଲ୍ଲାପାଳ ଙ୍କୁ ରାଷ୍ଟ୍ରପତି ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ଭଗଵାନ ସାହୁ ,ରାଜ୍ୟ ସହ ସମ୍ପାଦକ ଶାନ୍ତନୁ କୁମାର ସ୍ବାଇଁ, ରାଷ୍ଟ୍ରୀୟ ସ୍ଵୟସେବକ ସଂଘ ର ଭଗଵାନ ଦେହୁରୀ ଏବଂ ରାଜ୍ୟ କୃଷକ ମୋର୍ଚ୍ଚା ର ପ୍ରମୁଖ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପ୍ରଧାନ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବୋଧନ କରିଥିଲେ । ବିଶ୍ଵହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ଗୁରୁ ପ୍ରସାଦ ଦାସ କାର୍ଯକ୍ରମ କୁ ସୁନ୍ଦର ଏବଂ ଶୃଙ୍କଳିତ ଭାବ ରେ ପରିଚାଳନା କରିଥିଲେ । ଅଞ୍ଚଳ ର ବହୁ ଓକିଲ ବନ୍ଧୁ କାର୍ଯକ୍ରମ ରେ ସାମିଲ ହୋଇଥିବା ର ନଜର ଆସିଥିଲା ।
ପଶ୍ଚିମବଙ୍ଗ ଘଟଣା ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର !!!

