ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଆନ୍ତର୍ଜାତୀକ ସମବାୟ ବର୍ଷ 2025 ଅବସରରେ ଗଜପତି ଜିଲ୍ଲା ପାଳ ବିଜୟ କୁମାର ଦାଶ୍ ରିବନ କାଟି ରକ୍ତ ଦାନ ଶିବିରର ଶୁଭ ଉଦଘାଟନ କରିଥିଲେ।ଏହି ରକ୍ତ ଦାନ ଶିବିରରେ 60 ୟୁନିଟ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରହିଛି।ଜିଲ୍ଲାର ପ୍ରତି ସମବାୟ ସମିତି ଏଠାରେ ଯୋଗଦେଇ ରକ୍ତଦାନ କରିବେ।ଏହି କାର୍ଯ୍ୟକ୍ରମ କରିବାର ମୂଳ ଲକ୍ଷ୍ୟ ହେଉଛି ପଞ୍ଚାୟତ,ବ୍ଲକ ଓ ଗ୍ରାମ ଗ୍ରାମବାସୀଙ୍କୁ ସମବାୟ ସମିତି ସହ ଯୋଡିବା।ଯାହା ଦ୍ବାରା ଚାଷୀମାନେ ଉପକୃତ ହୋଇ ପାରିବେ।ସରକାରଙ୍କ ଦ୍ବାରା ହୋଇଥିବାର ବିଭିନ୍ନ ଯୋଜନାରେ ଉପକୃତ ହେବେ।ଚାଷୀମାନେ ଅଧିକରୁ ଅଧିକ ସମବାୟ ସମିତି ,ଲ୍ୟାମ୍ପସ ସହ ଯୋଡ଼ି ହୋଇ ପାରିବେ।ଏହି କାର୍ଯ୍ୟକ୍ରମ ରେ ସିନିୟର ARCC ତଥା DRCS ହରିହର ସେଠ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମ୍ ଏମ୍ ଅଲ୍ଲୀ,ଡକ୍ଟର ସାନ୍ତୁନୁ ପାଢ଼ୀ,ଲ୍ୟାବ ଟେକ୍ନିସିୟାନ ଖଗେଶ୍ବର ବେହେରା,SARCS ନୃସିଂହ ଚରଣ ବେହେରା, କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ଦୁର୍ଗା ପ୍ରସାଦ ଦୋରାଙ୍କ ସମେତ ସମବାୟ ସମିତିର ସମ୍ପାଦକ ବାବୁଲି ସାମଲ,ଏ ରାମ ପ୍ରସାଦ ଓ ଲ୍ୟାମ୍ପସ୍ ର କର୍ମଚାରୀ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ।
ଆନ୍ତର୍ଜାତୀକ ସମବାୟ ବର୍ଷ 2025 ଅବସରରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

