ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ମା ରାମଚଣ୍ଡୀ ଟ୍ରକ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀ l ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ମା ରାମଚଣ୍ଡୀ ଙ୍କ ପୀଠ ଠାରେ ମା ରାମଚଣ୍ଡୀ ଟ୍ରକ ମାଲିକ ସଂଘର ସଭାପତି ମନୋଜ କୁମାର ମହାରଣା ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ଡାକିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ଥାନୀୟ ଅଂଚଳର ଟ୍ରକ ମାଲିକ ମାନଙ୍କୁ ରୁଙ୍ଗୁଟା କମ୍ପାନୀ ଅଣଦେଖା କରୁଥିବା ଓ ବାହାର ଅଞ୍ଚଳର ଟ୍ରକ ଗୁଡ଼ିକ କମ୍ପାନୀରେ ପରିବହନ କାମରେ ଲଗାଯାଇଥିବା ବେଳେ ସ୍ଥାନୀୟ ଅଂଚଳର ଟ୍ରକ ମାଲିକ ମାନେ ହାତ ବାନ୍ଧି ବସି ରହିଛନ୍ତି ! କମ୍ପାନୀ ବିରୋଧରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଗୁରୁତ୍ବ ଦେଉ ନଥିବାରୁ ସେହି ପ୍ରତିବାଦରେ ଆସନ୍ତା ୨ ତାରିଖ ଦିନ ସଂଘ ତରଫରୁ ରୁଙ୍ଗୁଟା କମ୍ପାନୀ ଗେଟ୍ ସମ୍ମୁଖରେ ସକାଳ ସାତ ଘଟିକା ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ବିରୋଧରେ ଧର୍ମଘଟ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ କାର୍ଯ୍ୟକାରୀ ସଭାପତି ଅଜୟ କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ,କୋଷାଧ୍ୟକ୍ଷ ଡାକ୍ତର ପୃଷ୍ଟି, ସହ ସମ୍ପାଦକ ସତ୍ୟ ରଞ୍ଜନ ମିଶ୍ର,ଓ ସଭ୍ୟ ତପନ କୁମାର ମହାପାତ୍ର ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ l
ମା ରାମଚଣ୍ଡୀ ଟ୍ରକ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀ !!!

