ମିଶନ୍ ଅମୃତ ହସ୍ତମ୍ ପକ୍ଷରୁ ୨୬୬ତମ ଓ ୨୬୭ତମ ସାପ୍ତାହିକ କାର୍ଯ୍ୟକ୍ରମ !

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଃଖୀ,ଗରିବ,ଅସହାୟ ଲୋକଙ୍କ ପେଟକୁ ଦାନା, ଦେହକୁ କନା ଯୋଗାଇବା ନିମନ୍ତେ ଅଙ୍ଗିକାରବଦ୍ଧ ଭାବରେ କାର୍ଯ୍ୟ କରିଆସୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ ମିଶନ୍ ଅମୃତ ହସ୍ତମ୍ । ୨୨ ମାର୍ଚ୍ଚ ୨୦୨୦ ମସିହା ଠାରୁ ଅଦ୍ୟାବଧି ୧୮୬୯ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଛି ଏହି କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୮୫୬ରୁ ୧୮୬୯ ପର୍ଯ୍ୟନ୍ତ ଅର୍ଥାତ୍ ୨୦ ଏପ୍ରିଲ ୨୦୨୫ରୁ ୦୩ ମଇ ୨୦୨୫ ପର୍ଯ୍ୟନ୍ତ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ମାଷ୍ଟର ମିହିର କୁମାର, ଶ୍ରୀକ୍ଷେତ୍ର ସାହୁ, ବବୁଲୁ କୁମାର ମଲ୍ଲିକ, ଶଶିକାନ୍ତ ପଣ୍ଡା, ପ୍ରଫୁଲ୍ଲ କୁମାର ଦାଶ ଆଦି ପରିଚାଳନା କରିଥିବାର ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକ ମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ବଣ୍ଟନ ସହ ପ୍ରଚଣ୍ଡ ରୌଦ୍ରତାପର ହାଲିଆରୁ ରକ୍ଷା ପାଇବା ନିମନ୍ତେ ଛକ ମାନଙ୍କରେ ପଣା ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *