ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ନୂଆ ଭାଇକୁ ଦେଖିବା ଆଗରୁ ବଡ଼ ର ପ୍ରାଣ ଚାଲିଗଲା । ପାରାଦୀପ ଅଠରବାଙ୍କି ଲକ୍ପଡ଼ା ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଖେଳୁଥିବା ବେଳେ ଦେଢ଼ ବର୍ଷର ପୁଅ ତାଳଦଣ୍ଡା କେନାଲରେ ପଡ଼ି ପ୍ରାଣ ହରାଇଛି I ସୂଚନା ମୁତାବକ ମୃତ ଶିଶୁ ର ମା’ ଗର୍ଭବତୀ ଥିଲେ । ଗତକାଲି ପ୍ରସବ ବେଦନା ହେବାରୁ ପୁଅ କୁ ଜେଜେ ବାପା ଓ ଜେଜେ ମା ଙ୍କ ଦାୟିତ୍ଵରେ ଛାଡ଼ି କଟକ ମେଡିକାଲ ଯାଇଥିଲେ । ସେଠାରେ ଆଜି ସାଇର ସାନଭାଇ ଜନ୍ମ ନେଇଥିଲା । ତେବେ ସାଇ ଆଜି ତାଳଦଣ୍ଡା କେନାଲ ବନ୍ଧରେ ଖେଳୁଥିବା ବେଳେ କୌଣସି କାରଣରୁ କେନାଲରେ ଖସି ପଡ଼ିଥିଲା । ପାଖରେ କେହି ନଥିବାରୁ ପାଣିରେ ବୁଡ଼ି ସେଠାରେ ତା’ର ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
କେନାଲ ରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ !!!

