ଆନ୍ତଜିଲ୍ଲା ଡକାୟତ ଦଳର ପର୍ଦାଫାଶ କରିଛି ସାଲେପୁର ପୋଲିସ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଲେପୁର ପୋଲିସର ବଡ଼ ସଫଳତା ! ମାତିଥିଲେ ଡକାୟତ ଗ୍ୟାଙ୍ଗ , ଘରେ ପଶି ଲୁଟୁଥିଲେ ସୁନା ଗହଣା | ଆନ୍ତଜିଲ୍ଲା ଡକାୟତି ଦଳର ପର୍ଦାଫାଶ କରିଛି ସାଲେପୁର ପୋଲିସ | ସାଲେପୁର ପୋଲିସକୁ ମିଳିଛି ବଡ ସଫଳତା । ଡକାୟତି ଦଳକୁ ଗିରଫ କରିବା ସହିତ ଆଇଚର ବସ ଓ ବିପୁଳ ମାତ୍ରାରେ ସୁନା ରୂପା ଅଳଙ୍କାର ସହ ଦେଶୀ ବନ୍ଧୁକ ଖଣ୍ଡା ଅନେକ ଜିନିଷ ଜବତ କରିଛନ୍ତି | କଟକ ଜିଲ୍ଲା ସାଲେପୁର ସମେତ ଓଡିଶାର ବିଭିନ୍ନ ଜିଲ୍ଲାର ଡକାୟତ କରି ଫେରାର ହୋଇ ଯାଇଥିବା ଗ୍ୟାଙ୍ଗକୁ କଟକ ଜିଲ୍ଲା ସାଲେପୁର , ମାହାଙ୍ଗା ଓ ନେମାଳ ଅଞ୍ଚଳରେ ହୋଇଥିବା ଡକାୟତି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ | ଏହି ଡକାୟତି ଦଳକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି |ସେମାନଙ୍କ ପାଖରୁ 140 ଗ୍ରାମ ସୁନା, 5 କେଜି 200 ଗ୍ରାମ ରୁପା ଅଳଙ୍କାର ସହିତ ତିନି ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛନ୍ତି | ଯାହାକୁ ନେଇ ଆଜି ସାଲେପୁର ଥାନା ପରିସର ରେ ଏକ ସାମ୍ବାଦିକ ସମିଳନୀରେ ଗ୍ରାମାଞ୍ଚଳ SP ପ୍ରତୀକ ସିଂ ଏ ନେଇ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *