ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ବିଡ଼ିଓ କଲ୍ୟାଣ ସୌରଭ ଦାସ ଙ୍କ ବିରୋଧରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଅବଗତ କଲେ ହିନ୍ଦୋଳ ର ସମସ୍ତ ସାମ୍ବାଦିକ l ହିନ୍ଦୋଳ ପଞ୍ଚାୟତ ସମିତି ବୈଠକରେ ବ୍ଲକ ରେ ଚାଲୁଥିବା ଦୁର୍ନୀତି, ମାତ୍ରାଧିକ ପି.ସି କାରବାର ର ମୁଖା ଖୋଲାଯିବ ବୋଲି ଭୟରେ ଡରି ସାମ୍ବାଦିକ ମାନଙ୍କୁ ବାରଣ କଲେ ବିଡ଼ିଓ କଲ୍ୟାଣ ସୌରଭ ଦାସ l ପଞ୍ଚାୟତ ସମିତି ବୈଠକ କୁ ଡାକି , ବୈଠକ ଆରମ୍ଭ ପୂର୍ବରୁ ବିଡ଼ିଓ ସାମ୍ବାଦିକ ମାନଙ୍କୁ ଉଠି ଯିବାକୁ କହି ଅସମ୍ମାନ କରିବାରୁ ସାମ୍ବାଦିକ ମାନେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଦୃଢ଼ ପ୍ରତିବାଦ କରିଥିଲେ ! ଏହି ଘଟଣା କୁ ସମସ୍ତ ସାମ୍ବାଦିକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି l
ହିନ୍ଦୋଳ ବିଡ଼ିଓ କଲ୍ୟାଣ ସୌରଭ ଦାସ ଙ୍କ ବିରୋଧରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଅବଗତ କଲେ ହିନ୍ଦୋଳ ର ସମସ୍ତ ସାମ୍ବାଦିକ !!!

