ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତପଲ୍ଲୀ ଗ୍ରାମର ଆଶା କର୍ମୀ ହିଙ୍ଗୁଳା ବେହରା ଅଳ୍ପ କିଛି ଦିନ ହେଲା ପାରାଲିସିସ ରେ ଆକ୍ରାନ୍ତ ଥଲେ l ସେ ଜଣେ ଭଲ ଆଶା କର୍ମୀ ଥିଲେ l ସମସ୍ତଙ୍କ ଅସୁବିଧା ରେ ଲୋକଙ୍କ ପାଖକୁ ଯାଇ ମେଡ଼ିକାଲ ନେଉଥିଲେ l ଜନସାଧାରଣ ଙ୍କୁ ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ଜନ ସଚେତନ କରୁଥିଲେ ଏବଂ ନିଜର କାର୍ଯ୍ୟକୁ ସଠିକ ଭାବେ ତୁଲାଉଥିଲେ l ଆଦିବାସୀ ଅଞ୍ଚଳରେ ଲୋକଙ୍କ ଦେବଦୁତ ସାଜିଥିଲେ l କରୋନା ମହାମାରୀ ସମୟରେ ହେଉ ଵା ଗର୍ଭବତୀ ମହିଳା ସମସ୍ତଙ୍କ ପାଖକୁ ଯାଇ ସହଯୋଗ କରୁଥିଲେ l କିନ୍ତୁ କୌଣସି କାରଣରୁ ହଠାତ ତାଙ୍କର ପାରାଲିସିସ ହେଲା l କିଛିଦିନ ଶଯ୍ୟାଶାୟୀ ହେଲାପରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ଏଥିଲେ କାପ୍ତାପଲ୍ଲୀ ଅଂଚଳର ଅନେକ ଲୋକ ମର୍ମାହତ ହୋଇଛନ୍ତି l ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେଜେରା ହିଙ୍ଗୁଳା ଙ୍କ ଵିୟୋଗ ରେ ଶୋକପ୍ରକାଶ କରିଥିଲେ ଏବଂ ତାଙ୍କ ପରିବାରଙ୍କୁ ଏଭଳି ସ୍ଥିତି ରେ ଧୈର୍ଯ୍ୟ ଏବଂ ସାହସ ଦେବା ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l
ହିଙ୍ଗୁଳା ବେହେରା ଙ୍କ ପରଲୋକ ରେ ଦୁଃଖ ପ୍ରକାଶ କଲେ ଦଶପଲ୍ଲା ବିଧାୟକ !!!

