ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଶିକାରୀ ଗୁଳି ମାଡ଼ରେ ହିନ୍ଦୋଳ ଫରେଷ୍ଟ ଗାର୍ଡ ମୃତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପହଲ୍ଲାଦ ପ୍ରଧାନ ଶିକାରୀ ଗୁଳି ମାଡ଼ରେ ନିହତ ହୋଇଛନ୍ତି ! କର୍ମଚାରି ମାନଙ୍କୁ ନେଇ ଫରେଷ୍ଟର ରାତି ପେଟ୍ରୋଲିଂ କରୁଥିବା ସମୟରେ ଜନ୍ତୁ ଶିକାରୀଙ୍କ ସହ ମୁହାଁ ମୁହିଁ ହେବା ଫଳରେ ଶିକାରୀ ଅତି ନିକଟରୁ ଗୁଳି ମାଡ କରିବା ଫଳରେ ଗୁରୁତର ଆହତ ହୋଇଥିଲେ ଫରେଷ୍ଟ ଗାର୍ଡ ଜଣକ ! ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା l ଗୁଳିମାଡ କରିଥିବା ଶିକାରୀ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି l
ଶିକାରୀ ଗୁଳି ମାଡ଼ରେ ହିନ୍ଦୋଳ ଫରେଷ୍ଟ ଗାର୍ଡ ମୃତ !!!

