କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମୃତ ନଦୀଶଯ୍ୟା , ଧ୍ବଂସଗାମୀ କଟକ ! ହ୍ରାସ ପାଉଛି ଭୂତଳ ଜଳସ୍ତର..ଶୁଖିଲା ପଡିଛି ମହାନଦୀ , କାଠଯୋଡ଼ି.. ନଦୀକୁ ନେଇ ବିଭିନ୍ନ ସମୟରେ ରାଜନୀତି , ମାତ୍ର ପରିଣାମ ଭୋଗୁଛନ୍ତି ଏବେ ସହରବାସୀ.. ଛତିଶଗଡ଼ କାନ୍ଧରେ ବନ୍ଧୁକ , ହେଲେ ଅସଲ ନିଶାନା ହେଉଛି ବାଲି ଚାଲାଣ .. ପାଣି ପାଇଁ ଲୋକେ ଆଉଟୁ ପାଉଟୁ , ଆଉ ଅସହ୍ୟ ଗରମରେ ସହରବାସୀ ଡହକ ବିକଳ.. ସ୍ଥିତି ବର୍ତ୍ତମାନ ଏଭଳି ଯେ କଟକ ସହର ଏକପ୍ରକାର ଧ୍ଵଂସମୁଖୀ । ମହାନଦୀ , କାଠଯୋଡ଼ି ଓ କଟକ ଦୁର୍ଦ୍ଦଶା ମନୁଷ୍ୟକୃତ। ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ , ଆଖି ଖୋଲି ଗଭୀର ନିଦରେ ସ୍ଥାନୀୟ ପ୍ରଶାସନ । ବାଲି ଚାଲାଣକୁ ଗୁରୁତ୍ୱ , ହେଲେ ଜଳ ସଂରକ୍ଷଣ ପାଇଁ ଚିନ୍ତା ନାହିଁ ..ବର୍ତ୍ତମାନ ସ୍ଥିତି ସଙ୍କଟାପନ୍ନ .. ଆଗାମୀ ପିଢ଼ିଙ୍କ ପାଇଁ ପାଲଟିଛି ମହାବିପଦ .. ତେଣୁ ଆଗାମୀ ଦିନରେ ଆଇନ ଆଶ୍ରୟ ନିଆଯିବା ନିଶ୍ଚିତ । କଟକ ସହରର ପ୍ରାଣବାୟୁ ଥିଲା ମହାନଦୀ ଓ କାଠଯୋଡ଼ି । ଯାହା ବର୍ତ୍ତମାନ ଶେଷ ନିଶ୍ୱାସ ମାରୁଚି ନିଜର ମୃତ୍ୟୁ ଶଯ୍ୟାରେ। ଏ ହେଉଛି ବର୍ତ୍ତମାନ କଟକ ସହରର ସ୍ଥିତି। ପରିସ୍ଥିତି ଏତେ ସଙ୍ଗୀନ ଯେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ହେବା ସହ ହଜାର ବର୍ଷର ଐତିହାସିକ ସହରରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ୨୪ବର୍ଷ ଶାସନରେ ଲୋକେ ପାଣି ପାଇଁ ହାହାକାର , ଅନ୍ୟପଟେ ନୂଆ ବିଜେପି ସରକାରଙ୍କ କାର୍ଯ୍ୟକୁ ନେଇ ଉଠିଲାଣି ପ୍ରଶ୍ନ । ଲୋଭଖୋର ମନୋଭାବ ସାଙ୍ଗକୁ ବାଲି ମାଫିଆଙ୍କ ସହ ପ୍ରିୟାପ୍ରୀତି ..ଯାହାର ପରିଣାମ ଆଜି ମୃତ୍ୟୁ ଶଯ୍ୟାରେ ମହାନଦୀ ଓ ଧ୍ଵଂସମୁଖୀ କଟକ ସହର । କଟକବାସୀଙ୍କ ପାଇଁ ପ୍ରଶାସନର ଦରଦ କୁଆଡେ ଗଲା ? ୨୪ ବର୍ଷ ଶାସନ ଲୋକଙ୍କୁ ନିରାଶ କରିଥିବା ବେଳେ ବର୍ତ୍ତମାନ କଟକିଆଙ୍କ ଟାର୍ଗେଟରେ ଡବଲ ଇଞ୍ଜିନ ସରକାର। ତେବେ ଡବଲ ଇଞ୍ଜିନ ସରକାର କଟକ ପାଇଁ କେତେ ଚିନ୍ତିତ ଏବଂ ସହର ତାପମାତ୍ରା ନିୟନ୍ତ୍ରଣ ପାଇଁ ସିଏମସିର ତତ୍ପରତା କିଭଳି ଥିଲା ତାର ଖୁଲାସା ମଧ୍ୟ ଖୁବଶୀଘ କରାଯିବ।
ହ୍ରାସ ପାଉଛି ଭୂତଳ ଜଳସ୍ତର..ଶୁଖିଲା ପଡିଛି ମହାନଦୀ , କାଠଯୋଡ଼ି !!!

