ବୀର ଯବାନ ଙ୍କ ଉଦ୍ଦେଶ୍ୟରେ କଳାପଥର ରେ ପରାକ୍ରମ ଶୋଭାଯାତ୍ରା !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୀର ଯବାନ ଙ୍କ ଉଦ୍ଦେଶ୍ୟରେ କଳାପଥର ରେ ପରାକ୍ରମ ଶୋଭାଯାତ୍ରା । ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ଧଳାପଥର ବଜାର , କଳାପଥର ବଜାର ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରା ଯାଇ କଳାପଥର ଠାରେ ପରିସମାପ୍ତି ହୋଇଛି । ବାଙ୍କୀ ଭାଜପା ବିଧାନସଭା ପାର୍ଥି ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ ଆଇନଜିବି ଦେବାଶିଷ ମାନସିଂ, ପୂର୍ବତନ ଚେୟାର ମ୍ୟାନ କାଁହୁଚରଣ ସ୍ୱାଇଁ ଙ୍କ ନେତୃତ୍ୱରେ ପଶ୍ଚିମ ବାଙ୍କୀ ଅଞ୍ଚଳର 15 ଟି ଗ୍ରାମ ପଞ୍ଚାୟତରୁ ଶତାଧିକ ବିଜେପି କର୍ମୀ ହାତରେ ତ୍ରିରଙ୍ଗା ଧରି ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କଟକ ଏମପି ଭର୍ତ୍ତୃହରି ମହତାବଙ୍କ ସମେତ ବୀରଯବାନ ଙ୍କ ଉଦେଶ୍ୟ ରେ କର୍ମୀ ମାନେ ବିଭିନ୍ନ ନାରାବାଜି ଦେଇ ଜୟ ଜୟକାର କରିଥିଲେ ।

Leave a Reply

Your email address will not be published. Required fields are marked *