ଅନାବାଦୀ ଜମିକୁ ଜୋର ଜବରଦସ୍ତ ମାଡି ବସିଛନ୍ତି ଜମି ଦଲାଲ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଚୌଦ୍ୱାର ମଣ୍ଡାପଡ଼ା ଦାଶରଥୀ ପାଟଣା ଗ୍ରାମରେ ଥିବା ଅନାବାଦୀ ଏବଂ ଗୋଚର ଜମିକୁ ଜୋର ଜବରଦସ୍ତ ମାଡି ବସିଛନ୍ତି ଜମି ଦଲାଲ ! ଜମିକୁ ଦଖଲ କରି ବିପୁଳ ଅର୍ଥ ରେ ବିକ୍ରି କରିବାର ଚେଷ୍ଟା କରୁଥିବା ପ୍ରଶାନ୍ତ ବେହେରା ଏବଂ ତଥାକଥିତ ସାମ୍ବାଦିକ ରୁଦ୍ରାଶିଷ ନାଥ ଙ୍କ ବିରୋଧରେ ତେଜିଲା ଅସନ୍ତୋଷ ! କୌଣସି ସଂସ୍ଥାରେ କାମ କରୁ ନଥିବା ବେଳେ ଅନେକ ସମୟରେ ରୁଦ୍ରାଶିଷ ନାଥ ନିଜକୁ ସାମ୍ବାଦିକ କହି ବିଭିନ୍ନ ଜାଗାରୁ ଗଳା ଧକିଆ ଓ ମାଡ଼ ଖାଇଥାନ୍ତି ଏବଂ ଅନେକ ସମୟରେ ଦାଦା ବଟି ମାଗିଥିବାରୁ ଥାନାରେ କେଶ ମଧ୍ୟ ତାଙ୍କ ନାମରେ ରୁଜୁ ହୋଇଛି ! କିନ୍ତୁ ଏବେ ଅଭିନଵ ଉପାୟ ଖୋଜି ଜମି ଦଲାଲଙ୍କ ସାଙ୍ଗରେ ମିଶି କାମ ଆରମ୍ଭ କରି ଦେଇଛନ୍ତି , ତାହା ପୁଣି ମଣ୍ଡାପଡ଼ା ଦାସରଥି ପାଟଣାର ଜମି ଦଲାଲଙ୍କ ସାଙ୍ଗରେ ମିଶି ମୂଲ୍ୟବାନ ବୃକ୍ଷ ଥିବା ଅନାବାଦୀ ଜମି କୁ ହାତେଇବା ପାଇଁ ଚାଲିଛି ଯୋଜନା !

Leave a Reply

Your email address will not be published. Required fields are marked *