ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କ୍ରୋମାଇଟ ଲୁଟ ବେଳେ ବନ ବିଭାଗ ଦ୍ବାରା ଜେସିବି ଓ ହାଇୱା ଜବତ ! ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ ଭୀମଟାଙ୍ଗାରୁ ଲୁଟେରା ଗ୍ୟାଙ୍ଗ କ୍ରୋମାଇଟ ଲୁଟ କରୁଥିବା ବେଳେ ବନ ବିଭାଗ ଦ୍ବାରା ସମ୍ପୃକ୍ତ ଜେସିବି ଓ ହାଇୱା ଜବତ କରାଯାଇଛି । ସୂଚନା ମୁତାବକ ଏକ ଲୁଟେରା ଗ୍ୟାଙ୍ଗ ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ ଭୀମଟାଙ୍ଗାରୁ ଦୀର୍ଘଦିନ ହେବ କ୍ରୋମାଇଟ ଲୁଟ କରି ଖସି ପଳାଉଥିଲେ । କିନ୍ତୁ ଏହି ଲୁଟେରା ମାନେ ପୁନର୍ବାର ମଙ୍ଗଳବାର ବିଳମ୍ବିତ ରାତିରେ ଭୀମଟାଙ୍ଗାରୁ ଜେସିବି ଓ ହାଇୱା ସାହାଯ୍ୟରେ ବିପୁଳ ପରିମାଣରେ କ୍ରୋମାଇଟ ଲୁଟ କରୁଥିବା ସୁକିନ୍ଦା ବନ ବିଭାଗ ରେଞ୍ଜର ସୂଚନା ପାଇଥିଲେ ! ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ରହଂଶଳ ବନପାଳ ରାମଚନ୍ଦ୍ର ତିରିଆଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ରୋମାଇଟ ଲୁଟରେ ସଂମ୍ପୃକ୍ତ ଜେସିବି ଓ କ୍ରୋମାଇଟ ବୋଝେଇ ହାଇୱାକୁ ଜବତ କରି ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିବା ସୂଚନା ମିଳିଛି ।
କ୍ରୋମାଇଟ ଲୁଟ ବେଳେ ବନ ବିଭାଗ ଦ୍ବାରା ଜେସିବି ଓ ହାଇୱା ଜବତ !!!

