ସରକାରୀ ପ୍ରୋତ୍ସାହନ ଅଭାବରୁ ହଜିଯିବାକୁ ବସିଲାଣି କମାରଶାଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରୀ ପ୍ରୋତ୍ସାହନ ଅଭାବରୁ ହଜିଯିବାକୁ ବସିଲାଣି କମାରଶାଳ ! ଆଗରୁ ଗଜପତି ଜିଲ୍ଲାର ପୁରପଲ୍ଲୀରେ କମାରଶାଳ ରହିଥିବା ବେଳେ , ବର୍ତ୍ତମାନ କମାରଶାଳ ହଜି ଗଲାଣି । ଗ୍ରାମ ଗୁଡିକରେ କମାରଶାଳରେ ଆଉ ଠକ ଠକ ଶବ୍ଦ ଶୁଭୁନାହିଁ , ଚାଷ କାର୍ଯ୍ୟ ପୂର୍ବରୁ ଚାଷୀ କାର୍ଯ୍ୟରେ ବ୍ୟବହୃତ ହେଉଥିବା କୋଦାଳ, କାତି, ଲଙ୍ଗଳ, ଦାଆ, ଶାବଳ ଇତ୍ୟାଦି କମାରଶାଳକୁ ନେଇ ପଜେଇଥାଏ । କମାରଶାଳକୁ ନେଲେ କମାର ମାନେ ନିଆଁରେ ପୋଡି ତାକୁ ବାଡେଇ ଧାରୁଆ କରିଥାନ୍ତି ! ତା ପରେ ଚାଷୀ ଏହାକୁ ଚାଷ କରିବାରେ ବ୍ୟବହାର କରିଥାଏ । ପାରଳାଖେମୁଣ୍ଡି ସହରର ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଚାରୋଟି ପରିବାର ର କମାରଶାଳ ଦେଖିବାକୁ ମିଳିଛି । ସେମାନେ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି ! ଆଖପାଖ ଅଞ୍ଚଳରୁ ଲୋକେ ଆସି ସେମାନଙ୍କ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସରଞ୍ଜାମ ଧାରୁଆ କରି ଚାଷ କାର୍ଯ୍ୟରେ ବ୍ୟବହାର କରନ୍ତି । ଏହି ଚାରୋଟି କମାର ପରିବାର ଦୀର୍ଘ ୫୦ ବର୍ଷ ହେଲା କାମ କରୁଥିବାର କହିଛନ୍ତି । ସରକାରୀ ପ୍ରୋତ୍ସାହନ ବା ସହଯୋଗ ମିଳିଲେ ଏହି କୌଳିକ ବୃତ୍ତି ବଞ୍ଚି ରହିବା ସହ ଆଗକୁ ବଢି ପାରନ୍ତେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *