ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଖୋଲିଲା ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ ର ନୂତନ ଶାଖା ! ଏହାକୁ ଉଦ୍ଘାଟନ କରିଛନ୍ତି ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଏବଂ ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ବେହେରା ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବର୍ତ୍ତମାନ ର କାର୍ଯ୍ୟରତ ଅଧ୍ୟକ୍ଷ ସମୀର କୁମାର ମହାପାତ୍ର ,ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର ଏବଂକମିଟି ସଦସ୍ୟ ସମରେନ୍ଦ୍ର ମହାପାତ୍ର, ଭାଗୀରଥି ବିଶ୍ୱାଳ, ସନାତନ ବେହେରା, ସନ୍ତୋଷ କୁମାର ରଣା, ସୌମେନ୍ଦ୍ର ମିଶ୍ର ଏବଂ okcl ର କଟକ ଜିଲ୍ଲାର ସଂଯୋଜକ ସୂର୍ଯ୍ୟ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ଛାତ୍ର ଛାତ୍ରୀ ମାନେ ଏହି ଓଡିଶା ସରକାରଙ୍କ ଅନୁମୋଦିତ ଓକେସିଏଲ୍ ର ପାଠ୍ୟକ୍ରମ ଶିକ୍ଷା ଲାଭ କରିବା ଦ୍ୱାରା ସମସ୍ତ ସରକାରୀ ଓ ବେସରକାରୀ ଚାକିରୀ କ୍ଷେତ୍ରରେ ନିଜେ ନିଯୁକ୍ତି ପାଇ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେଇ ପାରିବେ ବୋଲି ମତ ରଖିଥିଲେ ନିଜେ ଅଧ୍ୟକ୍ଷ ନିରଞ୍ଜନ ମହାନ୍ତି ! ଏବେ ଏହି ପାଠ୍ୟକ୍ରମ ଅତ୍ୟନ୍ତ ଜରୁରୀ ହୋଇ ପଡିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଜାଣିଶୁଣି ବେଆଇନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ନାମ ଲେଖାଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି , ତେଣୁ ଏହାକୁ ଦୃଷ୍ଟିରେ ରଖି ଓକେସିଏଲ୍ ଏପରି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ଶ୍ରୀଯୁକ୍ତ ରାଉତ ! ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏପରି କଲେଜ ମାନଙ୍କରେ ଏହି ସେଣ୍ଟର ଖୋଲା ଯାଇଥିବା ସମୟରେ , ଆଜି ଏହା ବାଙ୍କୀ କଲେଜରେ ଖୋଲା ଯାଇଛି । କାର୍ଯ୍ୟକ୍ରମକୁ ବାଙ୍କୀ ଶାଖାର ଶାଖା ନିର୍ଦ୍ଦେଶକ ଦେବୀଦତ୍ତ ବିଭୂତିରାୟ ପରିଚାଳନା କରିଥିବା ବେଳେ ବାଙ୍କୀ ଶାଖାର ସମସ୍ତ କର୍ମଚାରୀ ଓ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ବାଙ୍କୀ ଶାଖାରେ ସବୁଠାରୁ ସର୍ବାଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ରଗଡି ଗ୍ରାମର ଛାତ୍ର ଙ୍କୁ ମୁଖ୍ୟ ଅତିଥି ଫୁଲତୋଡା ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ ।
ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଖୋଲିଲା ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ ର ନୂତନ ଶାଖା !!!

