ସିଂହଦ୍ୱାର ରେ ଅଟକି ରହିଲା ନନ୍ଦିଘୋଷ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଡ଼ଦାଣ୍ଡରେ ବିଜେ କଲେ ମହାବାହୁ ! ଭକ୍ତ ଭଗବାନ ହେଲେ ଏକାକାର ! ପବିତ୍ର ଘୋଷଯାତ୍ରା ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ସକାଳୁ ବଡ଼ଦାଣ୍ଡରେ ଥିଲା ବିଚିତ୍ର ଉତ୍କଣ୍ଠା , ରଥ,ପଥ ଭକ୍ତ ସମସ୍ତେ ଥିଲେ ଉତ୍କଣ୍ଠିତ । ଆସିବେ ପ୍ରଭୁ ଜଗନ୍ନାଥ । ରଥ ରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ । ରାଜ୍ୟ ସରକାର ଙ୍କ ତରଫରୁ ବହୁବିଧ ସେବା ପ୍ରଦାନ ସହିତ ଶାନ୍ତି ଶୃଙ୍ଖଳା ବଜାୟ, ଜଳ ସିଞ୍ଚନ ତଥା ଅସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ଦ୍ଵାରା ଆମ୍ବୁଲାନ୍ସ ସେବା ପ୍ରଦାନ କରାଯାଇଛି । ରଥ ଗଡ଼ିବା ବେଳକୁ ଲୋକାରଣ୍ୟ ହୋଇ ଉଠିଥିଲା ବଡ଼ ଦାଣ୍ଡ । ଭକ୍ତ ଓ ଭଗବାନ ଙ୍କର ହେଲା ଅପୂର୍ବ ମିଳନ । ରାତି ଆଠଟା ସୁଦ୍ଧା ମହାପ୍ରଭୁ ଵଳଭଦ୍ରଙ୍କର ତାଳଧ୍ଵଜ ରଥ ବଳଗଣ୍ଡି ଛକ, ମାତା ସୁଭଦ୍ରାଙ୍କ ର ଦର୍ପ ଦଳନ ରଥ ମରିଚିକୋଟ ଛକ ରେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ସିଂହଦ୍ଵାର ସମ୍ମୁଖ ରେ ଅଟକି ରହିଛି ।

Leave a Reply

Your email address will not be published. Required fields are marked *