ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନାଗରିକ ମଞ୍ଚ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଶାରଳା ଦେବ ପଟ୍ଟନାୟକ, ଅଶ୍ୱିନୀ କୁମାର ପାଢୀ, ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ମଞ୍ଚା ସିନ ଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର,ଅଧ୍ୟାପକ,ଶିକ୍ଷକ,ଆଇନଜୀବୀ,କୃଷକ,ଶ୍ରମିକ,ବ୍ୟାଙ୍କକର୍ମଚାରୀ, ବ୍ୟବସାୟୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାହିତ୍ୟିକ, ଗବେଷକ, ଐତିହାସିକ,ସମାଜସେବୀ ,ସାମ୍ବାଦିକ ଇତ୍ୟାଦି ସବୁ ବର୍ଗର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଓଡ଼ିଶା ସରକାର ପ୍ରସ୍ତୁତ କରିଥିବା ଭିଜନ ଡକ୍ୟୁମେଣ୍ଟ 2036 ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ସମ୍ଭାବ୍ୟ ବିକାଶ ଦୃଶ୍ୟପଟ କିପରି ରହିବା ଆବଶ୍ୟକ ତାହାର ଉଲ୍ଲେଖ ସହିତ ସମସ୍ତଙ୍କ ସହମତିରେ ଏକ ଦାବି ତାଲିକା ପ୍ରସ୍ତୁତ କରାଯାଇଛି।କୃଷି, ଜଳ ସେଚନ,ପର୍ଯ୍ୟଟନ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ପାରଳାଖେମୁଣ୍ଡିର ସାମଗ୍ରିକ ବିକାଶକୁ ନେଇ ଏକ ଦାବୀ ପ୍ରସ୍ତୁତ କରାଯାଇଛି।ଏଥିରେ କାର୍ଯ୍ୟ କାରିତା ପାଇଁ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ 31 ଜଣିଆ କାର୍ଯ୍ୟ ନିର୍ବାହୀକା ସମିତି ଗଠନ କରାଯାଇ ଥିବା ଜଣାଯାଏ।ଏହି ସମିତି ଆବଶ୍ୟକୀୟ ସ୍ୱତନ୍ତ୍ର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ସରକାରଙ୍କ ସହ ସଂଯୋଗ ରକ୍ଷା ଓ ସହଯୋଗ ପୂର୍ବକ ସମସ୍ତ ବିହିତ ପଦକ୍ଷେପ ନେବାକୁ ସଭାରେ ନିଷ୍ପତ୍ତି ନିଆଯାଇଛି।ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ଓ ଶିକ୍ଷା ବିତ ଶ୍ୟାମ ସୁନ୍ଦର ଗନ୍ତାୟତ ସଂଯୋଜନା କରିଥିଲେ।
ଗଜପତି ଜିଲ୍ଲା ଭିଜନ ଡକ୍ୟୁମେଣ୍ଟ 2036 : ନାଗରିକ ମଞ୍ଚର ଆଲୋଚନା ଚକ୍ର !!!

