ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯୁବ ସାମ୍ବାଦିକ ଙ୍କ ନିଆରା ପ୍ରୟାସ । ସଚେତନତା ଏବଂ ସତର୍କତା ପଦକ୍ଷେପ ଯୋଗୁଁ ଗାଁ କୁ ସ୍ପର୍ଶ କରି ପାରିନାହିଁ କରୋନା ର ଦ୍ଵିତୀୟ ଲହରୀ . ଯୁବ ସମାଜସେବୀ ଅଶ୍ଵିନୀ କୁମାର ଦେବତା ଙ୍କ ନିଆରା ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ କରିଛନ୍ତି ବେଶ ପ୍ରଶଂସା । କରୋନାକୁ ଆଖିରେ ରଖି ରଜ ପର୍ବ ପୂର୍ବରୁ ନିଜ ଗ୍ରାମ ରେ ମାକ୍ସ, ସାନିଟାଇଜର ବାଣ୍ଟିବା ସହିତ ସାମାଜିକ ଦୂରତା ନିୟମକୁ କଡାକଡି ଭାବରେ ପାଳନ କରି ସମସ୍ତଙ୍କୁ ରଜପାନ ଖୁଆଇ ଏକ ଭିନ୍ନ ଢ଼ଙ୍ଗରେ ରଜ ପାଳିଲେ ।
ଗ୍ରାମର ସମସ୍ତ ଲୋକ ମାନଙ୍କୁ – ଘରେ ରୁହନ୍ତୁ, ସର୍ବଦା ମାକ୍ସ ପରିଧାନ କରନ୍ତୁ ଓ ହାତକୁ ସାନିଟାଇଜର କରନ୍ତୁ ଇତ୍ୟାଦି ସଚେତନତା ବାର୍ତ୍ତା ପ୍ରଦାନ କରି ଆସୁଛନ୍ତି । ଗତ ବର୍ଷ ତାଙ୍କ ନିଜ ଗାଁ ରେ କରୋନାରେ ଜଣକର ମୃତ୍ୟୁ ହୋଇଥିଲା । ନିଜ ଗାଁରେ ସଚେତନତା କାର୍ଯ୍ୟକ୍ରମ କରିବା ଫଳରେ କରୋନାର ଦ୍ଵିତୀୟ ଲହରକୁ ପ୍ରବେଶ କରାଇ ଦେଇ ନାହାନ୍ତି । ସର୍ବଦା ପର ସୁଖରେ ସୁଖୀ ଓ ପର ଦୁଃଖ ରେ ଦୁଃଖୀ ହୋଇ ଜୀବନ ଅତିବାହିତ କରନ୍ତି । ବାତ୍ୟା ହେଉ କି ବନ୍ୟା ପରିସ୍ଥିତି ପୁଣି କେତେବେଳେ ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ଚିକିତ୍ସାଳୟ କୁ ପଠାଇବା ସର୍ବଦା ସେବା କାର୍ଯ୍ୟରେ ଲାଗିଥାନ୍ତି ସମଲ ଅଞ୍ଚଳର ଯୁବ ସାମ୍ବାଦିକ ଅଶ୍ଵିନୀ କୁମାର ଦେବତା । ତାଙ୍କର ଏହି ପରି କାର୍ଯ୍ୟକ୍ରମ ଦେଖି ଅଞ୍ଚଳ ବାସୀ ତାଙ୍କୁ ପ୍ରଶଂସା କରନ୍ତି ।