ବାଣପୁର ଥାନା ଅଞ୍ଚଳରୁ ୪ ଡ଼କାୟତ ଗିରଫ : ସୁନା ରୁପା ଅଳଙ୍କାର ସହ ୩ ବାଇକ ଜବତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଞ୍ଚଳରେ ଦିନ କୁ ଅପରାଧିକ ଘଟଣା ଘଟୁଥିବା ବେଳେ ଥାନା ଅଞ୍ଚଳର ବିଭିନ୍ନ ଜାଗାରେ ଚୋରି ଡକାୟତି ହେଉଥିବାର ଥାନା ରେ ଅଭିଯୋଗ ହୋଇ ଆସୁଥିଲା । ବାଣପୁର ପୋଲିସ୍ ୪ ଜଣ କୁଖ୍ୟାତ ଡକାୟତ କୁ ଗିରଫ କରିବାରେ ସଫଳ ହେଇଛି । ୨୦୨୫ ରେ ୫ ଓ ୨୪ ରେ ଗୋଟିଏ ଚୋରୀ ଘଟଣା ରେ ବାଣପୁର ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସେମାନଙ୍କ ମଧ୍ୟରୁ ୩ ଜଣ ଚୋରୀ ରେ ସମ୍ପୃକ୍ତ ଥିବାବେଳେ ଅନ୍ୟ ଜଣେ ଅଳଙ୍କାର କିଣିଥିବା ବ୍ୟକ୍ତି ସାମିଲ ଅଛି | ସେମାନଙ୍କ ଠାରୁ ପ୍ରାୟ ୩୦ ଗ୍ରାମ ସୁନା ଓ ୬୦ ଗ୍ରାମ ରୁପା ଅଳଙ୍କାର ସହ ୩ ବାଇକ, ୧ ଲାପଟପ , କ୍ୟାମେରା, ସିସି ଟିଭି, ଚୋରୀ ରେ ବ୍ୟବହାର ସାମଗ୍ରୀ ଜବତ କରିଛି ପୋଲିସ | ଗତ କିଛି ମାସ ହେବ ବାଣପୁର ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଡ଼କାୟତ ମାନେ ଘର ମାର୍କ କରି ଲଗାତର ଭାବରେ ଚୋରୀ ଡକାୟତି କରିବାରେ ସଫଳ ହେଉଥିଲେ | ବାଣପୁର ଥାନାରେ ଏନେଇ ଅଭିଯୋଗ ହେବାପରେ ବାଣପୁର ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି | ଏନେଇ ବାଣପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ । ବାଣପୁର ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା, ଏସଆଇ ବିନାୟକ ମନ୍ତ୍ରୀ, ଏସଆଇ ପବିତ୍ର ମୋହନ ପ୍ରଧାନ ଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ ।।

Leave a Reply

Your email address will not be published. Required fields are marked *