୭୪୨ କୋଟିରେ ମନମୁଖୀ ରାସ୍ତା କାମ , କେବେ ହେବ କାର୍ଯ୍ୟନୁଷ୍ଠାନ ???

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ୭୪୨ କୋଟିରେ ମନମୁଖୀ ରାସ୍ତା କାମ , କେବେ ହେବ କାର୍ଯ୍ୟନୁଷ୍ଠାନ ? କେଉଁଠି ରହିଛି ନିୟମ ଓ ନୀତି ? ୫୩ ନଂ ଜାତୀୟ ରାଜପଥରେ ମନମୁଖୀ କାର୍ଯ୍ୟ ! ରାଜପଥ ନାଁ ବିପଦ ପଥ ? କେନ୍ଦ୍ରାପଡ଼ା ଜିଲ୍ଲାର ଚଣ୍ଡିଖୋଲ – ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ଉପରେ ବର୍ତ୍ତମାନ ଚାଲିଛି ନିର୍ମାଣ କାର୍ଯ୍ୟ । ବଡ଼ ଦାମର କାମ, ବଡ଼ ଆଶା ଓ ଆଶ୍ବାସନା – କିନ୍ତୁ ହେଉଛି ମନମୁଖୀ ଓ ନିମ୍ନମାନର କାର୍ଯ୍ୟ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ରାସ୍ତା ପାଇଁ ସରକାର ବ୍ୟୟ କରୁଛନ୍ତି ୭୪୨ କୋଟି ୨୫ ଲକ୍ଷ ଟଙ୍କା । କଟିକଟା ଠାରୁ ଗୋପଛକ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରକଳ୍ପ ଦେଖାଗଲା ନିମ୍ନମାନର ହେଉଛି । ଏହି କାର୍ଯ୍ୟର ଗୁଣବତ୍ତା ଓ ମିଶ୍ରଣ ଅନୁପାତ ସଠିକ ନଥିବା ଅଞ୍ଚଳ ବାସୀ କରିଛନ୍ତି ଅଭିଯୋଗ । ଏହି ରାସ୍ତା ଭିତରେ ଯଦି ଏମିତି ଅଧେ ଅଧୁରା ଓ ମନମୁଖୀ କାର୍ଯ୍ୟ ହେଉଛି, ତେବେ ଆସନ୍ତା ଦିନରେ ଭାରି ଯାନ ଚାପ ଦ୍ଵାରା ଏହା ଦିନେ ଭୁଶୁଡି ପଡିବ ଏଥିରେ କୌଣସି ସନ୍ଦେହ ନାହିଁ ?

Leave a Reply

Your email address will not be published. Required fields are marked *