୩୦ ତମ ସୁନାବେଶ ଭଜନ ସମାରୋହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୩୦ ତମ ସୁନାବେଶ ଭଜନ ସମାରୋହ ରେ ପାରଳାର ପଣ୍ଡିତ ରଘୁନାଥ ପାଇଲେ ଉତ୍କଳ ରତ୍ନ ସମ୍ମାନ ୨୦୨୫ ! ଶ୍ରୀକ୍ଷେତ୍ର ପୁରୀ ଠାରେ ପବିତ୍ର ସୁନାବେଶ ଅବସରରେ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୩୦ ତମ ସୁନାବେଶ ଭଜନ ସମାରୋହ ରେ ଓଡ଼ିଶାର ବିଶିଷ୍ଟ ସଂଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ରଙ୍କୁ ” ଉତ୍କଳ ରତ୍ନ ” -୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼. ବଦ୍ରିନାଥ ମିଶ୍ର , ସମ୍ପାଦକ ମନୋଜ କୁମାର ଦାସ ମହାପାତ୍ର , ଆବାହକ ପ୍ରଣବ ପଟ୍ଟନାୟକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଉକ୍ତ ସମ୍ମାନ ଏହା ପୂର୍ବରୁ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ , ପଦ୍ମଶ୍ରୀ ପ୍ରଫୁଲ କର , ପ୍ରଣବ ପଟ୍ଟନାୟକ ପାଇ ସାରିଛନ୍ତି । ଉକ୍ତ ସମ୍ମାନ ପାଇବା ପରେ ପାରଳାଖେମୁଣ୍ଡି ର କ୍ରିଏଟିଭ ଆର୍ଟସ୍ ର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ପଦାମୃତ ନୃତ୍ୟାୟନ ର ସଭାପତି କେ.ରଂସ୍ୱାମୀ , ନାଟ୍ୟକାର ଦେବେନ୍ଦ୍ର ଦାସ , ସାମ୍ବାଦିକ ରୁପେଶ କୁମାର ସାହୁ , ଆଦର୍ଶ ଦାସ , ବାସୁଦେବ ଦାସ , ହରିହର ପଟ୍ଟନାୟକ , ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *