ସରକାରୀ ସ୍ୱାସ୍ଥ୍ୟ ସେବା ବ୍ୟାଘାତ ପାଇଁ ପ୍ରାଇଭେଟ ନର୍ସିଂହୋମ ମୁଖ୍ୟତଃ ଦାୟୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସ୍ୱାସ୍ଥ୍ୟ ବିଭାଗକୁ ତିରସ୍କାର , ପୋଲିସକୁ ପ୍ରଶଂସା କଲେ ଲୋକେ ! ପିଲା ଭଲ ଥିଲା , ସକାଳୁ ନିଜ ଗୋଡ଼ରେ ଚାଲି ହସ୍ପିଟାଲ ଯାଇଥିଲା.. ହସ୍ପିଟାଲରେ ଆଡ଼ମିଟ ହେବା ପରେ ହଠାତ ସ୍ୱାସ୍ଥ୍ୟ ବିଗିଡିବା ଆରମ୍ଭ ହେଲା ! ଡାକ୍ତରଙ୍କୁ ବାରମ୍ବାର ଡାକିଲୁ ହେଲେ କେହି ଶୁଣିଲେ ନାହିଁ .. ରୋଗୀ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ମୋବାଇଲେ ବ୍ୟସ୍ତ ରହୁଛନ୍ତି ହସ୍ପିଟାଲ କର୍ମଚାରୀ ! ଭୁଶୁଡି ପଡିଛି ସ୍ୱାସ୍ଥ୍ୟ ସେବା .. ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁ ଘଟଣାକୁ ନେଇ ସମାଜସେବୀଙ୍କ ପ୍ରତିକ୍ରିୟା.. କହିଲେ ଏସସିବି ଉପରେ ରାଜ୍ୟ ନିର୍ଭର କରୁଥିବା ବେଳେ ସିଟି ହସ୍ପିଟାଲ ହେଉଛି କଟକ ଜିଲ୍ଲା ସ୍ୱାସ୍ଥ୍ୟ ସେବାର ଅନ୍ୟତମ ପ୍ରାଣକେନ୍ଦ୍ର.. ଏଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅବହେଳା ଦୁଃଖଦ ଓ ନିନ୍ଦନୀୟ .. ଗରିବ ଗୁରୁବାଙ୍କ ପାଇଁ ସରକାର ଚିକିତ୍ସା କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ସୃଷ୍ଟି କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ସଜାଗ ରହିବା ଆବଶ୍ୟକ .. ଏହାର ଆଉ ଏକ ପ୍ରମୁଖ କାରଣ ହେଉଛି ପ୍ରାଇଭେଟ ହସ୍ପିଟାଲ ସହ ପ୍ରିୟାପ୍ରୀତି .. ସରକାରୀ ଚିକିତ୍ସାଳୟରେ ରୋଗୀସେବା ସଠିକ ନ ମିଳିଲେ ବାଧ୍ୟ ହୋଇ ଲୋକେ ପ୍ରାଇଭେଟ ହସ୍ପିଟାଲକୁ ଯିବେ ଡାକ୍ତର ରୋଗୀଙ୍କ ଠାରୁ ମନ ଇଚ୍ଛା ପଇସା ଲୁଟିବେ.. ଏ ସବୁକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯିବ ଆବଶ୍ୟକ.. କଟକ ସହର ଭଳି ସ୍ଥାନରେ ଚିକିତ୍ସା ସେବାରେ ଗୋଟିଏ ପରେ ଗୋଟିଏ ଏଭଳି ଅଭାବନୀୟ ଘଟଣା ପାଇଁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଏଭଳି ସ୍ଥିତିରେ ପୋଲିସ ଯେଉଁଭଳି ପଦକ୍ଷେପ ନେଇ ସ୍ଥିତିକୁ ନିୟନ୍ତ୍ରଣାଧୀନ କରୁଛି ତାହା ପ୍ରଶଂସନୀୟ.. ଏଣୁ ଚିକିତ୍ସା ସେବାରେ ଏଭଳି ଅବହେଳା ପ୍ରତି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ସମାଜସେବୀ ବିଶ୍ୱଜିତ ଲେଙ୍କା ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *