ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଦାବୀ ପତ୍ର ଦେଲେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମାଲକାନଗିରି ସାମ୍ବାଦିକ ହତ୍ୟା ଘଟଣା ନେଇ ଓଡିଶା ପୁଲିସ ମହା ନିର୍ଦ୍ଦେଶକ ଙ୍କୁ ଭେଟିଲେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ ! ଟାଇମ୍ସ ଓଡ଼ିଆ ଚ୍ୟାନେଲ ରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସି . ନରେଶ କୁମାର ଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଆକ୍ରମଣ କରି ଅତି ନୃଶଂସ ଭାବରେ ହତ୍ୟା କରିବାର ସାତ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ହାତ ଖାଲି ! ମୋଟୁ ଥାନା ଅଧିକାରୀ କହୁଛନ୍ତି ତଦନ୍ତ ଚାଲିଛି ! ତେବେ ଘଟଣା କୁ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକଙ୍କ ନଜର କୁ ଆଣିଛନ୍ତି ଓଡିଶା ଡିଜିଟାଲ ମହାସଂଘ ସଦସ୍ୟ ! ସଂଗଠନର ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ , ସାଧାରଣ ସମ୍ପାଦକ କାହ୍ନା ନାୟକ , ମିଡ଼ିଆ ସଂଯୋଜକ ବର୍ଷା ଦାସ , ବରିଷ୍ଠ ସଦସ୍ୟ ସ୍ମୃତି ରଞ୍ଜନ ମଲ୍ଲିକ , ପ୍ରଦୀପ ରାଜ , ହରିହର ବେଉରା , ଶଙ୍କର୍ଷଣ ମହାପାତ୍ର ପ୍ରମୂଖ ରାଜ୍ୟ ପୁଲିସ ମୁଖ୍ୟାଳୟ କୁ ଯାଇ ଅତିରିକ୍ତ ଡିଜି ପ୍ରତୀକ ମହାନ୍ତି ଙ୍କୁ ଭେଟି ସଂପୂର୍ଣ୍ଣ ଘଟଣା ଜଣାଇବା ସହ ଡିଜି ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ! ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟ ସହ ଆଲୋଚନା କରି ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ପଦକ୍ଷେପ ଗ୍ରହଣ ହେବ ବୋଲି ବରିଷ୍ଠ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି !

Leave a Reply

Your email address will not be published. Required fields are marked *