ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶୁକ୍ରବାର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀ ମାନଙ୍କ ଦ୍ଵାରା ଦ୍ଵିତୀୟ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ସୁଚିତ୍ରା ଦାସ, କଲ୍ୟାଣୀ ବୈରୀଗଞ୍ଜନ, ରୋଜାଲିନ୍ ଦାସ, ସାଗରିକା ଦାସ, ମନସ୍ତତ୍ତ୍ୱ ଡେମୋନଷ୍ଟ୍ରେଟର ରବିନ୍ଦ୍ର କୁମାର ମାର୍ଥା, ଗୃହ ବିଜ୍ଞାନ ଡେମୋନଷ୍ଟ୍ରେଟର କସ୍ତୁରୀ ପଟ୍ଟନାୟକ, ଗ୍ରନ୍ଥାଗାରୀକ ଅକ୍ରୁର ପ୍ରଧାନ,କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, କମ୍ପ୍ୟୁଟର ପ୍ରଶିକ୍ଷକ ଶିବ ଶଙ୍କର ପଣ୍ଡା, ଅଶୋକ କୁମାର୍ ସ୍ୱାଇଁ, ସିଦ୍ଧେଶ୍ୱର ନରେନ୍ଦ୍ର ସିଂହ,ପ୍ରଭାତ କୁମାର ବିଶ୍ୱାଳ, ମୃତ୍ୟୁଞ୍ଜୟ ମିସ୍ତ୍ରୀ, ରଜନୀକାନ୍ତ ମହାପାତ୍ର, ପ୍ରମିଳା ଜେନା, ସୁବାସ ବେହେରା , ଏବଂ ଗାୟତ୍ରୀ ପରିବାର ସଦସ୍ୟ ମନୋଜ ପାତ୍ର ଙ୍କ ସମେତ ବିଦ୍ୟାଳୟ ର ୫୦ରୁ ଉର୍ଦ୍ଧ୍ବ ଛାତ୍ରୀ ବିଦ୍ୟାଳୟ ଖେଳପଡିଆର ଶୋଭା ବୃଦ୍ଧି ନିମନ୍ତେ ଚତୁଃପାର୍ଶ୍ଵରେ ୫୦ରୁ ଅଧିକ ଓଲଟ ଦେବଦାରୁ ବୃକ୍ଷ ରୋପଣ କରିଥିଲେ। ଗତ ୧୧ ତାରିଖ ରେ ବାଣପୁର – ବାଲୁଗାଁ ରୋଟାରୀ କ୍ଲବ ଏବଂ ବିଦ୍ୟାଳୟ ଯୁବ ରେଡକ୍ରସ୍ ମିଳିତ ଆନୁକୂଲ୍ୟରେ ପ୍ରାୟ ଏକଶତ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *