ଉନ୍ନତ କିସମର କାଜୁ ଚାଷ ପାଇଁ ଜ଼ିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଓ କାଜୁ ଚାରା ବଣ୍ଟନ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା ସାରଦା ମଣ୍ଡପ ପରିସରରେ ଜିଲ୍ଲାସ୍ତରୀୟ ଉନ୍ନତ କିସମର କଲମୀ କାଜୁ ଚାଷ ସମ୍ବନ୍ଧୀୟ ଆଲୋଚନା ଚକ୍ର ଓ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା କାଜୁ ନିଗମ ଅଧକ୍ଷ ଓ ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ଅମରେନ୍ଦ୍ର ଦାସ , ଜ଼ିଲ୍ଲାପରିଷଦ ଉପାଧକ୍ଷ ଲିଙ୍ଗରାଜ ସ୍ୱାଇଁ, କାଜୁ ନିଗମ ଓଡିଶା ମ୍ୟାନେଜିଙ୍ଗ ଡାଇରେକଟର ସଦାନନ୍ଦ ନାୟକ, ଜେନେରାଲ ମ୍ୟାନେଜର ପ୍ରତାପ ଚନ୍ଦ୍ର ସାହୁ, ଜେନେରାଲ ମ୍ୟାନେଜର ଟେକନିକାଲ ଗିରିଜା ଶଙ୍କର ପାଣି, ଭରତ ଚନ୍ଦ୍ର ମହାନ୍ତି, ଓୟୁଏଟି ଭୁବନେଶ୍ୱର ର ପ୍ରଫେସର ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରେ ଜଗତସିଂହପୁର ଜିଲ୍ଲା ରେ କିଭଳି ଉନ୍ନତ ମାନର କାଜୁ ଚାଷ କରିବା ସହିତ କାଜୁ ଜୁସ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇ ପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ. ଅତିଥି ମାନଙ୍କ ଦ୍ୱାରା ଚାରା ବଣ୍ଟନ ଓ ଦୁଇ ଜଣ କାଜୁ ଚାଷୀ ପ୍ରସନ ସ୍ୱାଇଁ ଓ ବରଦା ପ୍ରସାଦ ରାୟ ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ରେ ପ୍ରଥମ ଥର ପାଇଁ କାଜୁ ଜୁସ କେନ୍ଦ୍ର ସ୍ଥାପନ କରି ଉନ୍ନତ ମାନର ଜୁସ ଉତ୍ପାଦନ କରିଥିବାରୁ ନିରଞ୍ଜନ ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *