ଗଜପତି ଜିଲ୍ଲା ରେ ସ୍ଥାୟୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦବୀ ପୁରଣ ହେବ କେବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଦୀର୍ଘ ବର୍ଷ ହେବ ସ୍ଥାୟୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାହାନ୍ତି ! ଯାହାକୁ ନିଯୁକ୍ତି ଦିଆ ଯାଉଛି କେବଳ ମାସେ ଦୁଇ ମାସ ସକାଶେ କାମ ଚଳା ! ନିଯୁକ୍ତି ପାଆନ୍ତି , ପୁଣି ଅବସର ନିଅନ୍ତି – ଏହି ଭଳି ଦୀର୍ଘ ବର୍ଷ ହେଲା ଚାଲିଛି । କିନ୍ତୁ ଏଥି ପ୍ରତି କୌଣସି ରାଜନେତାଙ୍କ ନା ସରକାର ଙ୍କ ଦୃଷ୍ଟି ପଡୁନାହିଁ । ଗଜପତି ଜିଲ୍ଲା ରେ ସତୁରୀ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । କୌଣସି କଳା କାରଖାନା ନାହିଁ , ଜୀବନ ଜୀବିକା ସକାଶେ ଚାଷୀ ର ଉନ୍ନତି ସକାଶେ ସରକାର ଯଦି ସ୍ଥାୟୀ ଅଧିକାରୀ ନିଯୁକ୍ତି ଦେବେ ନାହିଁ ଜିଲ୍ଲାରେ ଚାଷ ଓ ଚାଷୀ ର ଉନ୍ନତି ହେବ କିପରି । ଅନ୍ୟ ପଟେ କିଛି କର୍ମଚାରୀ ଦୀର୍ଘ ବର୍ଷ ହେବ ବଦଳି ହେଉ ନାହାନ୍ତି , ଯାହା ଫଳରେ ବିକାଶ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି ! ସରକାରଙ୍କ ନିୟମ ତିନି ବର୍ଷ ହେଲେ କର୍ମଚାରୀ ବଦଳି ହେବା କଥା କିନ୍ତୁ କାର୍ଯ୍ୟକାରୀ ହେଉନାହିଁ ଯାହାକି ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୂତନ ସରକାର ଲୋକଙ୍କ ସରକାର , ଯଦି ନିୟମ ପାଳନ ହେବନି , ଗୁହାରି କରିବେ କାହାକୁ ଗଣତନ୍ତ୍ର ଶାସନ ରେ ଏହି ଭଳି କାର୍ଯ୍ୟ ଶୋଭା ପାଉନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *