ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତ ଗୁଡ଼ୁମ ଗ୍ରାମରେ ଥିବା ବ୍ୟାଙ୍କ ଅଫ ବରୋଦାରେ 118 ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି I ଏହି ଅବସାରରେ ବ୍ରାଞ୍ଚ ମ୍ୟାନେଜର ରାଜେଶ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନେକ ଗୁଡିଏ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ! ଯେମିତିକି ମହିଳା ମାନଙ୍କୁ ସ୍ୱାବଲମ୍ବୀ ଉଦେଶ୍ୟରେ SHG ମହିଳା ମାନଙ୍କୁ ନେଇ ଏକ ଋଣ ବିତରଣ କ୍ୟାମ୍ପ ଆୟୋଜନ କରାଯାଇଥିଲା l ଯେଉଁଥିରେ SHG ମହିଳା ମାନଙ୍କୁ 55 ଲକ୍ଷ ଟଙ୍କାର ଋଣ ବିତରଣ କରାଯାଇଥିଲା l ଲୋନ ରିକଭରି କ୍ୟାମ୍ପ ମାଧ୍ୟମରେ 18 ଜଣ ଋଣ ଖିଲାପକାରୀଙ୍କ ଠାରୁ ବହୁତ କମ ଟଙ୍କାରେ ସେମାନଙ୍କର ଲୋନ କ୍ଲୋଜ କରାଯାଇଥିଲା l ଏଥି ସହିତ ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା କ୍ୟାମ୍ପ କରାଯାଇଥିଲା l ଯେଉଁଥିରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ 42, ପ୍ରଧାନମନ୍ତ୍ରୀ ଜୀବନ ଯୋତି ବୀମା ଯୋଜନାରେ 15, ଏବଂ ଅଟଳ ପେନସନ ଯୋଜନାରେ 4 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା l ଯେଉଁଥିରେ ବ୍ୟାଙ୍କ ଅଫ ବରୋଦାର ଡେପୁଟି ରିଜୋନାଲ ମ୍ୟାନେଜର ରାଜୀବ ସିଂହ୍ନା ଯୋଗ ଦେଇଥିଲେ l ପ୍ରତିବର୍ଷ ବ୍ୟାଙ୍କ ତରଫରୁ ଅନେକ ଗୁଟିଏ ସାମାଜିକ କାର୍ଯ୍ୟକ୍ରମ କରାଯାଏ, ଉକ୍ତ ବର୍ଷ ଗଜପତି ବୀରକିଶ୍ୱର ଦେବ ସରକାରୀ ଉପ୍ରା ବିଦ୍ୟାଳୟର ଲାଇବ୍ରେରୀରେ ଛାତ୍ରଛାତ୍ରୀ ମନେ ବହି ରଖିବା ପାଇଁ ଏକ ଆଲମିରା ବ୍ୟାଙ୍କ ବରୋଦା, ଗୁଡୁମ ଶାଖା ତରଫରୁ ପ୍ରଦାନ କରାଯାଇଛି ! ବ୍ୟାଙ୍କରେ ସାଧାରଣ ବ୍ୟକ୍ତି ମାନେ କଣ କଣ ଏବଂ କିପରି ସୁବିଧା ପାଆନ୍ତି ଏହାକୁ ବ୍ୟାଙ୍କର ମ୍ୟାନେଜର ଛାତ୍ର ଛାତ୍ରୀ ମାନଙ୍କୁ ଅତି ସରଳ ଭାବରେ ଏକ ସଭା ମାଧ୍ୟମରେ ବୁଝାଇଥିଲେ l
ବ୍ୟାଙ୍କ ଅଫ ବରୋଦା, ଗୁଡୁମ ବ୍ରାଞ୍ଚରେ 118 ତମ ସ୍ଥାପନା ଦିବସ ପାଳନ !!!

