କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଜାରୀ ଛକରେ ଯୁବକଙ୍କ ଗଳାକଟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୋଲିସ l ଲକ୍ଷ୍ମୀପ୍ରିୟାଙ୍କୁ ପୋଲିସ ତାଙ୍କ ଘର ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଅଢାପଟି ଗାଁରୁ ଗିରଫ କରିଛି l ଏ ନେଇ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପୋଲିସ ର ସୂଚନା ଅନୁଯାୟୀ ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ପୀଡିତ ସତ୍ୟଜିତ ଷଡଙ୍ଗୀଙ୍କ ସମ୍ପର୍କୀୟ ଶାଳୀ l ସତ୍ୟଜିତଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଲକ୍ଷ୍ମୀପ୍ରିୟାଙ୍କ ନିକଟତର ହେବାପାଇଁ ଚେଷ୍ଟା କରିଥିଲେ l ଲକ୍ଷ୍ମୀପ୍ରିୟା କାଳିଆପାଣିର ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି l ସେଠାରେ ତାଙ୍କର ଜଣେ ପୁରୁଷ ସହକର୍ମୀଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ସତ୍ୟଜିତ ଲକ୍ଷ୍ମୀପ୍ରିୟାଙ୍କୁ ବାରମ୍ବାର ଗାଳି କରୁଥିଲେ l ଏଥିରେ ବିରକ୍ତ ହୋଇ ଲକ୍ଷ୍ମୀପ୍ରିୟା ଜୁଲାଇ ୨୨ ତାରିଖରେ ସତ୍ୟଜିତଙ୍କୁ ବୁଲିଯିବା ପାଇଁ ଡ଼ାକି ଏକ ସ୍କୁଟି ଯୋଗେ କେନ୍ଦ୍ରାପଡା ଚାଲି ଆସିଥିଲେ l ୫୩ ନମ୍ବର ଜାତୀୟ ରାଜପଥ ହଜାରୀ ଛକଠାରେ ସ୍କୁଟି ଅଟକାଇ ରାସ୍ତା କଡକୁ ଡାକି ନେଇ ଏକ ଧାରୁଆ ଛୁରୀରେ ସତ୍ୟଜିତଙ୍କ ଗଳାକାଟି ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ l ପୋଲିସ ଲକ୍ଷ୍ମୀପ୍ରିୟାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ, କିଛି ଟଙ୍କା ଓ ଏକ ଟିସାର୍ଟ ଜବତ କରିଛି l ଏ ନେଇ ଅଧିକ ତଦନ୍ତ ଜାରି ରହିଛି l
ଗଳାକଟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶାଳୀ ଗିରଫ !!!

