ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ଜିନ୍ଦଲ ପାଖ ମୁଖ୍ୟ ରାସ୍ତାରେ ବସ ସହ ବାଇକ ଦୁର୍ଘଟଣା ! ଜଣେ ମୃତ , ଜଣେ ଗୁରୁତର ! ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳିଙ୍ଗନଗର ସ୍ଥିତ ଜିନ୍ଦଲ ପାଖ ମୁଖ୍ୟ ରାସ୍ତାରେ ଏକ ବସ ଦୁର୍ଘଟଣାରେ ଜଣେ ବାଇକ ଆରୋହି ଜଣେ ମୃତ୍ୟୁ ବରଣ କରିଥିବା ବେଳେ , ଆଉ ଜଣେ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ନଟିସାହି ବାସିନ୍ଦା ଅଭିମନ୍ୟୁ ମହାନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା ଜାରି ରଖିଛି । ଘଟଣାସ୍ଥଳରେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ପହଞ୍ଚି କ୍ଷୋଭ ପ୍ରକାଶ କରିଥିଲେ !
ବସ ସହ ବାଇକ ଦୁର୍ଘଟଣା : ଜଣେ ମୃତ , ଜଣେ ଗୁରୁତର !!!

