ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମାହାଲୁଣ୍ଡା ପଞ୍ଚାୟତର ଟାଙ୍ଗିଶାଳ ଗ୍ରାମର ସୁଧାକର ସାମଲ ଅପରାହ୍ନ ୫ ଘଟିକା ସମୟରେ ତାଙ୍କ ଘର ନିକଟରେ ଥିବା ଚାଷ ଜମିକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ! ହାତୀ ତାଙ୍କୁ ଶୁଣ୍ଢରେ କଚାଡି ତାଙ୍କ ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା କରି ଅତି ବିଭତ୍ସ ଭାବରେ ମାରି ଦେଇଥିଲା l ସେ ବହୁ ସମୟ ହେବାରୁ ଘରକୁ ନଫେରିବାରୁ ପରିବାର ଲୋକ ଖୋଜା ଖୋଜି କରି ଚାଷ ଜମି ନିକଟରେ ତାଙ୍କ ମୃତ୍ୟୁ ଦେହ ପଡିଥିବା ଦେଖି ହିନ୍ଦୋଳ ବନ ବିଭାଗ ଓ ହିନ୍ଦୋଳ ପୋଲିସ କୁ ଜଣାଇଥିଲେ ! ହିନ୍ଦୋଳ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ l ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଠାରେ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଥାନା ଅଧିକାରୀଣି ଓ ବନାଞ୍ଚଳ ଅଧିକାରୀ କୈଳାସ ଚନ୍ଦ୍ର ସାହୁ , ମାହାଲୁଣ୍ଡା ସରପଞ୍ଚ ବସନ୍ତ କୁମାର ସାହୁ ଉପସ୍ଥିତ ଥିଲେ l ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ନୂତନ ବନାଞ୍ଚଳ ଅଧିକାରୀ ମୃତକଙ୍କ ପତ୍ନୀଙ୍କ ଆକାଉଣ୍ଟ କୁ ତିନି ଦିନ ମଧ୍ୟରେ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଥିଲେ l
ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ !!!

