ଅନୁଗୁଳର ଅଧିଷ୍ଠାତ୍ରୀ ଦେଵୀ ହିଙ୍ଗୁଳାଙ୍କ ନାମରେ ଲଫାପା ଉନ୍ମୋଚନ !!!

0
189

Loading

ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ହିଙ୍ଗୁଳାଙ୍କ ନାମରେ ଉନ୍ମୋଚିତ ହୋଇଛି ଡାକ ଲଫାପା . ବର୍ଷର ବିଭିନ୍ନ ସମୟରେ ଏହି ପୀଠ କୁ ଶ୍ରଦ୍ଧାଳୁ ମାନଙ୍କର ଧାଡି ଲମ୍ବିଥାଏ . ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ମାନେ ଭୋଗ ମାନସିକ ଧରି ମା ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଆସିଥାନ୍ତି . ମା ହିଙ୍ଗୁଳାଙ୍କ ପୀଠ ର ପ୍ରଚାର ପ୍ରସାର ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଡାକ ବିଭାଗ . ମା ଙ୍କ ପୀଠ ର ମନୋରମ ଦୃଶ୍ୟ ଓ ମା ଙ୍କ ପ୍ରତିଛବି ଥାଇ ଡାକ ଲଫାପା ଉନ୍ମୋଚିତ ହୋଇଯାଇଛି . ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ. ମା ହିଙ୍ଗୁଳା ଟ୍ରଷ୍ଟ ର ମୁଖ୍ୟ ତଥା ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ହିଙ୍ଗୁଳା ଏରିଆ ର ଜିଏମ ପି.ବି ରେଡ୍ଡୀ, ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧିକ୍ଷକ ଭାଗ୍ୟଧର ଦାସ ଏବଂ ବଲଣ୍ଡା ଉପଡାକଘରର ଉପ-ଡାକପାଳ ଜଗବନ୍ଧୁ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ . ଦୀର୍ଘ ଦିନର ଦାବି ପରେ ପ୍ରତୀକ୍ଷା ର ଅନ୍ତ ଘଟି ମା ହିଙ୍ଗୁଳାଙ୍କ ନାମରେ ଲଫାପା ଉନ୍ମୋଚିତ ହୋଇଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମନରେ ଆନନ୍ଦ ଖେଳି ଯାଇଛି . ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ଏହି ପର୍ଯ୍ୟଟନ ସ୍ଥଳୀର ପାରିପାର୍ଶ୍ଵିକ ଉନ୍ନତି ଏବଂ ଶ୍ରଦ୍ଧାଳୁ ମାନଙ୍କର ସୁବିଧା ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ.

LEAVE A REPLY

Please enter your comment!
Please enter your name here