ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : କରୋନା କବଳରେ ସମଗ୍ର ବିଶ୍ଵ | ଏଯାଏଁ ବାହାରି ପାରିନି ଟୀକା | କେବଳ କରୋନାରୁ ବଞ୍ଚିବା ନିମନ୍ତେ ଯାହା କରିବା କଥା ମଣିଷ ତାହା ହିଁ କରିଚାଲିଛି ବର୍ତ୍ତମାନ ପର୍ଯ୍ୟନ୍ତ | ମାସ୍କ ପିନ୍ଧିବା , ବାରମ୍ବାର ହାତ ଧୋଇବା ସହ ସାମାଜିକ ଦୂରତ୍ଵ ବଜାୟ ରଖିବା ଦ୍ଵାରା ଆମେ ଏହି ମହାମାରୀରୁ ଦୂରରେ ରହିପାରିବ |
ଏହି ପରିପ୍ରେକ୍ଷୀରେ ଆଜିର ଦିନଟି ସମଗ୍ର ବିଶ୍ୱ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ | ଆଜି ହେଉଛି 15 ଅକ୍ଟୋବର – ବିଶ୍ଵ ହାତ ଧୁଆ ଦିବସ | 2008 ମସିହାରୁ ସାରା ବିଶ୍ଵରେ ଆରମ୍ଭ ହୋଇଥିବା ଏହି ଦିବସ ପାଳନର ଗୁରୁତ୍ୱ ଆଜିର ଦିନରେ ଯେ କେତେ ତାହା ଆମେ ସମସ୍ତେ ହୃଦୟଙ୍ଗମ କରିପାରିଛେ |
ଜନସାଧାରଣଙ୍କୁ ଏହି ବାର୍ତ୍ତା ଦେବା ନିମନ୍ତେ ଆଜି ରାଜଧାନୀ ଭୁବନେଶ୍ଵର ମହାତ୍ମାଗାନ୍ଧୀ ମାର୍ଗ ଠାରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ବିଶ୍ଵ ହାତ ଧୁଆ ଦିବସ ପାଳନ କରାଯାଇଛି | ପରିଷଦର ସଦସ୍ୟ ମାନେ ସାବୁନ , ହ୍ୟାଣ୍ଡୱାସ ବ୍ୟବହାର କରି ନିଜେ ହାତ ଧୋଇବା ସହ ବାରମ୍ବାର ହାତ ସଫା କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ | ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ , ଛାତ୍ର ଛାତ୍ରୀ ତଥା ଯୁବ ଗୋଷ୍ଠୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ପରିଷଦର ସଭାପତି ଅଲେଖ ଜେନା, ସଦସ୍ୟ ଅବିନାଶ ଦାସ, ନିରଞ୍ଜନ ସାହୁ, ବନଜାବାସିନୀ ତ୍ରୀପାଠୀ, ଦୀନବନ୍ଧୁ ଷଡ଼ଙ୍ଗୀ, ଶରତ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।