ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ଜନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ଜନ ସଚେତନତା କାର୍ଯ୍ୟକ୍ରମ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗ୍ରାମ ପଞ୍ଚାୟତର ସାତମାଇଲି ହାଟ ପଡିଆ ଠାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଙ୍କ ପରିଚାଳନାରେ ପୋଲିସ , ବନ ବିଭାଗ, ଅବକାରୀ ବିଭାଗ ଓ ପଞ୍ଚାୟତର ସରପଞ୍ଚ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଲୋକ ମାନେ କିପରି ପୋଲିସ ଠାରୁ ନ୍ୟାୟ ପାଇବେ , ବିଶେଷ କରି ଦୁଷ୍କର୍ମ ପୀଡ଼ିତା ନାବାଳିକା ଓ ଏସିଡ ଆକ୍ରମଣରେ ଗୁରୁତର ଆହତ ପିଡୀତା , ବରିଷ୍ଠ ନାଗରିକ ମାନଙ୍କୁ କିପରି ନିଜ ପୁଅ ଝିଅ ମାନେ ପ୍ରତିପୋଷଣ କରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ! ଜିଲ୍ଲା ବନବିଭାଗ ଏ ସି.ଏଫ୍ ସତ୍ୟନାରାୟଣ ସାହୁ , ହାତୀ ଆକ୍ରମଣରେ ନିରୀହ ଲୋକମାନେ ମୃତ୍ୟୁ ବରଣ କରିବା ଓ ସେମାନଙ୍କୁ ହାତୀ ଆକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ୱାର୍ଣୀଙ୍ଗ ସାଇରନ ଓ ସୋଲାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ !

Leave a Reply

Your email address will not be published. Required fields are marked *