ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଟକ ଜିଲ୍ଲାର ବୈଦେଶ୍ୱର ତ୍ରିକୂଟଧାମ ଉନ୍ନତି କରଣ ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁରୀ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ବାଙ୍କୀ ନିର୍ବାଚନ ମଣ୍ଡଳୀର ପଶ୍ଚିମ ବାଙ୍କୀ ବୈଦେଶ୍ୱର ଠାରେ ଥିବା ତ୍ରିକୂଟଧାମ – ବାବା ରାମନାଥ ଦେବ , ବୈଦନାଥ ଦେବ, ସିଂହନାଥ ଦେବ ଓ ଅନ୍ୟତମ ଶକ୍ତି ପୀଠ କନକ ଦୂର୍ଗା ଏବଂ ବାଙ୍କୀର ଆରାଧ୍ୟା ଦେବୀ ମା ଚର୍ଚ୍ଚିକା ମନ୍ଦିର ଉନ୍ନତି କରଣ ତଥା ଚର୍ଚ୍ଚିକା ଠାକୁରାଣୀ ମନ୍ଦିରକୁ ଲିଫ୍ଟ ବ୍ୟବସ୍ଥା କରାଇବା ପାଇଁ ବାଙ୍କୀ ବିଜେପି ନେତା ତଥା ବିଧାୟକ ପ୍ରାର୍ଥି ତୁଷାରକାନ୍ତ ଚକ୍ରବର୍ତ୍ତୀ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବାଙ୍କୀ ନିର୍ବାଚନ ମଣ୍ଡଳୀର ପର୍ଯ୍ୟଟନ ଭିତ୍ତିଭୂମି କୁ ସୁଦୃଢ କରିବା ସହ ବାଙ୍କୀର ଆର୍ଥିକ ଅଭିବୃଦ୍ଧିକୁ ମଜବୁତ କରାଇବା ପାଇଁ ଅଣ୍ଟା ଭିଡ଼ିଲେ ବାଙ୍କୀ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ । ପ୍ରଥମ ପର୍ଯ୍ୟାୟ ରେ ଶ୍ରୀ ଶ୍ରୀ ରାମନାଥ ଦେବ, ବୈଦନାଥ ଦେବ,ସିଂହନାଥ ଦେବ ଓ ମା କନକ ଦୁର୍ଗା ଶକ୍ତି ପୀଠ ର ଉନ୍ନତିକରଣ ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁର କରିବା ପାଇଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ବୈଦେଶ୍ୱର ତ୍ରିକୂଟଧାମ ଉନ୍ନତି କରଣ ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁରୀ !!!

