ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ରେ ସମ୍ମାନିତ ହେଲେ ହିନ୍ଦୋଳ ମାଟିର ଝିଅ ଶ୍ରିପାଲି ମିଶ୍ର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ୭୯ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ରେ ସମ୍ମାନିତ ହେଲେ ହିନ୍ଦୋଳ ମାଟିର ଝିଅ ଶ୍ରିପାଲି ମିଶ୍ର l ସମ୍ମାନିତ କଲେ ହିନ୍ଦୋଳ ଉପଜିଲ୍ଲାପାଳ ଓ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗାଲପଡା ଗ୍ରାମର ବାସିନ୍ଦା ଅବସର ପ୍ରାପ୍ତ ଶିକ୍ଷକ ଦିବାକର ନାଥ ଓ ଗାଲପଡା ଓ ବେରୁଆଁ ପାଳ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଉପାଲି ମିଶ୍ରଙ୍କ ସୁପୁତ୍ରୀ ଶ୍ରୀପାଲି ଭରଦ୍ୱାଜ ! ସେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଓଡିଶା ରାଜସ୍ବ ସେବାରେ ଯୋଗ ଦେଇ କୃତିତ୍ୱ ହାସଲ କରିଥିବାରୁ ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ଯୋଗାଯୋଗ ରେ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ତାଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l

Leave a Reply

Your email address will not be published. Required fields are marked *