ଚାଟଶାଳୀ ମାଷ୍ଟ୍ରେଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ ।

0
194

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଚାଟଶାଳୀ ମାଷ୍ଟ୍ରେଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ କନ୍ତିରା ଗ୍ରାମର ନନ୍ଦ କିଶୋର ପୃଷ୍ଟିଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ସମ୍ମାନ ଘୋଷଣା କରାଯାଇଛି । 102 ବର୍ଷ ବୟସରେ ଆଜି ବି କନ୍ତିରା ଗାଁର ଏକ ଗଛମୂଳେ ଖୋଲା ଆକାଶ ତଳେ ଚାଟଶାଳୀରେ ପିଲାଙ୍କୁ ବସାଇ ପାଠ ପଢାଉଥିବାର ଦୃଶ୍ୟ ଦେଖିଲେ ଯେ କୌଣସି ବ୍ୟକ୍ତିର ମନ ଆନ୍ଦୋଳିତ ହୋଇଉଠିବ ନିଶ୍ଚୟ । ନନ୍ଦ ମାଷ୍ଟ୍ରେ ଭାବେ ଜଣାଶୁଣା ଏହି ବ୍ୟକ୍ତିତ୍ବଙ୍କ ନିକଟକୁ ଏବେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଗରିବ ଅସହାୟ ପିଲାଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁଁ ଆଜି ସେ ଦେଶର ଏଭଳି ଏକ ସର୍ବୋଚ୍ଚ ସମ୍ମାନ ପାଇବାକୁ ହକଦାର ହୋଇଛନ୍ତି । ଏହି ଘୋଷଣା ପରେ ସୁକିନ୍ଦା ସମେତ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ନନ୍ଦକିଶୋର ମଧ୍ୟ ଏଥିପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ କୃଜ୍ଞତା ଜଣାଇବା ସହ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି । ଜିଲ୍ଲାର ଏକମାତ୍ର ବ୍ୟକ୍ତି ଭାବରେ ଏଥର ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ନନ୍ଦକିଶୋର ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ କନ୍ତିରା ଗ୍ରାମର ଚାଟଶାଳୀ ମାଷ୍ଟ୍ରେ ନନ୍ଦକିଶୋର ପୃଷ୍ଟିଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ମିଳିବ ପଦ୍ମଶ୍ରୀ ସମ୍ମାନ । ନନ୍ଦକିଶୋର ହେଉଛନ୍ତି ଜଣେ ଶତାୟୁ ପୁରୁଷ । ନନ୍ଦକିଶୋର ଆଖପାଖ ଅଞ୍ଚଳରେ ଚାଟଶାଳୀ ମାଷ୍ଟ୍ରେ ଭାବେ ବେଶ୍ ଜଣାଶୁଣା । ପିଲା ଠୁଁ ବୁଢା ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ନନ୍ଦ ମାଷ୍ଟ୍ରେ ।

ବୟସ ପ୍ରାୟ 100 ଛୁଇଁବାକୁ ବସିଲାଣି । ହେଲେ ଏବେବି ଗାଁର ଗରିବ ଅସହାୟ କୁନିକୁନି ପିଲାଙ୍କୁ ସେ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରିବା ଜାରି ରଖିଛନ୍ତି ସେ । ବଡକଥା ହେଲା ଶିକ୍ଷାଦାନ ପାଇଁ ସେ କୌଣସି ପିଲା ବା ଅଭିଭାବକଙ୍କ ଠାରୁ ଆଦୌ କୈାଣସି ପାରିଶ୍ରମିକ ନିଅନ୍ତି ନାହିଁ । ଦିନେ ଯାହାଙ୍କ ହାତ ଧରି ଜେଜେ ଅକ୍ଷର ଚିହ୍ନୁଥିଲେ, ସେଠି ତାଙ୍କରି ନିକଟରେ ଏବେ ନାତିମାନେ ପାଠ ପଢୁଛନ୍ତି । ତିନି ପିଢି ଧରି ଶିକ୍ଷାଦାନ କରି ଆସୁଥିବା ନନ୍ଦ ମାଷ୍ଟ୍ରେଙ୍କ ଏହି ଚାଟଶାଳୀକୁ 72 ବର୍ଷ ପୁରିବାକୁ ବସିଛି । ଆଉ ଆଜି ବି ପୂର୍ବ ଭଳି ଗାଁ ଦାଣ୍ଡରେ ଦୈନିକ ସକାଳ ଓ ସଂନ୍ଧ୍ୟା ଦୁଇବେଳା ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀରେ ପିଲାଙ୍କ ଭିଡ ଜମୁଛି । ପଦ୍ମଶ୍ରୀ ସମ୍ମାନ ପାଇଁ ନନ୍ଦ ପୂଷ୍ଟିଙ୍କ ନାଁ ଘୋଷଣା ପରେ ସେ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି । ଏହାକୁ ନେଇ ସୁକିନ୍ଦା ସମେତ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ନନ୍ଦକିଶୋରଙ୍କ ନିକଟରୁ ଚାରିଆଡୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।

LEAVE A REPLY

Please enter your comment!
Please enter your name here