ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟ ଦ୍ୱାରା ଶ୍ରୀଲିଙ୍ଗରାଜ ଙ୍କ ମନ୍ଦିର ପରିସର ସଫେଇ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସର ସଫେଇ ଓ ସାନିଟାଇଜ କରିଛନ୍ତି ସାମାଜିକ ସଂଗଠନର ସଦସ୍ୟ . ରାଜଧାନୀର ପୁରୁଣା ଭୁବନେଶ୍ୱର ସ୍ଥିତ ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟର ସଦସ୍ୟ ମାନେ ମିଳିତ ଭାବରେ ମହାପ୍ରଭୁ ଶ୍ରୀଲିଙ୍ଗରଜାଙ୍କ ମନ୍ଦିର ଓ ବେଢା ସଫେଇ କରିଛନ୍ତି .

କରୋନା କଟକଣା କାରଣରୁ ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା . କଟକଣା ହଟିବା ପରେ ଏବେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି . ତେବେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତା ନିୟମକୁ ମନ୍ଦିର ପ୍ରଶାସନ ତରଫରୁ କଡାକଡି ଭାବରେ ପାଳନ କରାଯାଉଛି . ଭକ୍ତ ମାନଙ୍କର ସ୍ୱାସ୍ଥ୍ୟଗତ ସୁବିଧା ପାଇଁ ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟର ସଦସ୍ୟ ମାନେ ମନ୍ଦିର ପରିସର ଏବଂ ବେଢାକୁ ପରିସ୍କାର କରିବା ସହ ସାନିଟାଇଜ କରିଥିଲେ . ଅନୁଷ୍ଠାନର ସଭାପତି ରିତୁରାଣୀ ସାସମଲ , ସମ୍ପାଦିକା ସନ୍ଧ୍ୟାରାଣୀ ବିଶୋଇ , ମମତା ବେହେରା , ଶାଶ୍ଵତୀ ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟ ପରିଚାଳନା କରିଥିଲେ .

Leave a Reply

Your email address will not be published. Required fields are marked *