ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ସ୍ୱାଧୀନତା ଦିବସ ରେ ସମ୍ବର୍ଦ୍ଧିତ ହେଲେ ଉପଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ l ସମ୍ବର୍ଦ୍ଧିତ କଲେ ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘ ସଦସ୍ୟ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ୭୯ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ରେ ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସଂଘ ସଭାପତି ସନ୍ତୋଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଙ୍କୁ ସଂଘ ର ସମସ୍ତ ସଭ୍ୟ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ! ଉପଜିଲ୍ଲାପାଳ ଜଣେ ଦକ୍ଷ ପ୍ରଶାସକ, ଭଦ୍ର, ପରୋପକାରୀ, ଶାନ୍ତ, ସରଳ, ମେଳାପି ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିବାରୁ ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସଂଘ ସଭାପତି ସନ୍ତୋଷ କୁମାର ମହାପାତ୍ର ଉପଜିଲ୍ଲାପାଳ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ! ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଜଣେ ଦକ୍ଷ ପୋଲିସ ପ୍ରଶାସକ ନିରୀହ, ଗରିବ ଅସହାୟ ଅବହେଳିତ ନିଷ୍ପେସିତ ଲୋକମାନଙ୍କୁ ଉତ୍ତମ ସେବା ସାହାଯ୍ୟ ସହଯୋଗ କରିଥିବାରୁ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ବିଶ୍ୱଜିତ ରାଉତ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ଵ ସହାୟକ କ୍ଷିତିଶ କୁମାର ଆଚାର୍ଯ୍ୟ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
ସ୍ୱାଧୀନତା ଦିବସ ରେ ସମ୍ବର୍ଦ୍ଧିତ ହେଲେ ଉପଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ !!!

