ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ୭୯ ତମ ସ୍ୱାଧିନତା ଦିଵସ ଉପଲକ୍ଷେ ବେଗୁନିଆ ବ୍ଲକ ଗୋଵିନ୍ଦପୁର ପଞ୍ଚାୟତର ପରିଛଳ ୟୁଥ୍ କ୍ଲଵ୍ ତରଫରୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ୟୁଥ୍ କ୍ଲବର ଉପଦେଷ୍ଟା ତଥା ପଞ୍ଚାୟତ ର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଜିତେନ୍ଦ୍ର ପାହାଡାସିଂହ , ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଟ୍ଟନାୟକ ଏଵଂ ସମ୍ପାଦକ ଶ୍ରୀଯୁକ୍ତ ଅଵିନାଶ ସାମନ୍ତରାୟ ଙ୍କ ସମେତ ସମସ୍ତ ଯୁଵ ଓ ଅଭିଜ୍ଞ କର୍ମକର୍ତ୍ତା , ଅନ୍ୟାନ୍ୟ ମାନ୍ୟଗଣ୍ୟ ଵ୍ୟକ୍ତି ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଵା ସହିତ ଯୁଵ ଵର୍ଗଙ୍କୁ ଉତ୍ସାହିତ କରିଵା ପୂର୍ଵକ ନିଜ ନିଜର ଅଭିଭାଷଣ ମାଧ୍ଯମ ରେ ଦେଶପ୍ରେମର ଭାଵନା ଓ ସ୍ୱାଧିନତାର ମହାନ ଲକ୍ଷ କୁ ପୂରଣ କରିଵାର ଆହ୍ୱାନ ଦେଇଥିଲେ | ଏହି ମହାନ ଅଵସରରେ ଆନ୍ତର୍ଜାତୀୟ ମାନଵାଧିକାର ସଂସ୍ଥା ” “International Human right Defenders” (IHRD )ଙ୍କ ସୌଜନ୍ୟରୁ ,ଅନୁଷ୍ଠାନ ର ରାଷ୍ଟ୍ରୀୟ ଯୁଵ ସଂଯୋଜକ, ନୂଆଦିଲ୍ଲୀ ଶ୍ରୀଯୁକ୍ତ ଅଵିନାଶ ସାମନ୍ତରାୟ ଵୃକ୍ଷରୋପଣ ଓ ତାର ସୁରକ୍ଷା ନିମିତ୍ତ ଯୁଵ ଵର୍ଗଙ୍କୁ ଉତ୍ସାହିତ କରି, ସମସ୍ତଙ୍କ ସହଯୋଗରେ ପାଖାପାଖି 200 ରୁ ଅଧିକ ବୃକ୍ଷ ରୋପଣ କରାଯାଇଥିଲା l ଆଗାମୀ ଦିନରେ ଗ୍ରାମ ଓ ଅଞ୍ଚଳ ର ସର୍ଵାଙ୍ଗୀନ ଉନ୍ନତି ନିମିତ୍ତ ସମସ୍ତ ମାଧ୍ୟମତେ ଚେଷ୍ଟା କରିଵାକୁ କ୍ଲଵ୍ ତରଫ ରୁ ସଙ୍କଳ୍ପ କରାଯାଇଥିଲା l
ମହା ଆଡମ୍ବରରେ ସ୍ୱାଧୀନତା ଦିବସ ପାଳନ କଲେ ହ୍ୟୁମାନ ରାଇଟ୍ସର ଡ଼ିଫେଣ୍ଡର !!!

